୧୦୦ତମ ଜନ୍ମଦିନ ପାଳନ କଲେ ରୁପ୍ରାରୋଡର ରାଜମଣି ମହାପାତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡର ଶତାୟୁ ମହିଳା ରାଜମଣି ମହାପାତ୍ର ନିଜର ୧୦୦ତମ ଜନ୍ମଦିନ ପାଳନ କରିଛନ୍ତି । ୯ ମାର୍ଚ୍ଚ ସନ୍ଧ୍ୟାରେ ସେ କେକ୍ କାଟିବା ସହ ପରିବାରବର୍ଗଙ୍କ ସହ ଖୁସି ମନେଇଛନ୍ତି । ରାଜମଣିଙ୍କ ୬ ନାତି ମନୋଜ, ଅଶ୍ୱିନ, ଅମିତ, ବିଜୟ, ଅଜୟ ଓ ସୁଭମ ମିଶି ଜନ୍ମଦିନର ଆୟୋଜନ କରିଥିଲେ । ଏହି ନିଆରା କାର୍ଯ୍ୟକ୍ରମରେ ରାଜମଣିଙ୍କ ପାଞ୍ଚ ପୁଅ କାହ୍ନୁ , ବେଣୁ, ଗଙ୍ଗା, କୁନା ଓ କରୁଣା, ୫ବୋହୁ ବାଳା, ଲଷ୍ମୀ, ଲିଲି, କଳ୍ପନା, ଭୁବନାଙ୍କ ସମେତ ନାତିନାତୁଣୀ/ପଣନାତିନାତୁଣୀ ଏବଂ ପରିବାର ଓ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ଅନେକ ବର୍ଷ ତଳେ ବୋହୁଟିଏ ହୋଇ ରୁପ୍ରାରୋଡକୁ ଆସିଥିଲେ ରାଜମଣି । ସ୍ବାମୀଙ୍କ ସହ ତାଙ୍କର ସୁନ୍ଦର ଦାମ୍ପତ୍ୟ ଜୀବନ କଟିଥିଲା ।

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଏହି ଟିକି ସହର ରୁପ୍ରାରୋଡରେ ସେ ତାଙ୍କର ପାଞ୍ଚ ପୁଅ କାହ୍ନୁ , ବେଣୁ, ଗଙ୍ଗା, କୁନା ଓ କରୁଣାଙ୍କୁ ପାଳିପୋଷି ବଡକଲେ । ଆଜି ତାଙ୍କର ସମସ୍ତ ପୁଅ ଏପରିକି ନାତି ନାତୁଣୀମାନେ ସମାଜରେ ସୁପ୍ରତିଷ୍ଠିତ ହୋଇ ପାରିଛନ୍ତି । ପଡୋଶୀଙ୍କ ସହ ଉତ୍ତମ ସଂପର୍କ ଓ ସଦଭାବନା ଯୋଗୁଁ ମହାପାତ୍ର ପରିବାର ରୁପ୍ରାରୋଡବାସୀଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି । ଏସବୁର ଶ୍ରେୟ ପରିବାରର ମୁରବୀ ମହିଳା ରାଜମଣିଙ୍କ ପାଇଁ ସମ୍ଭବ ହୋଇପାରିଛି । ଓଡ଼ିଆ ବାର୍ତ୍ତା ପରିବାର ପକ୍ଷରୁ ଏହି ଧର୍ମପରାୟଣା ଓ ଉତ୍ତମ ସଂସ୍କାର ସଂପନ୍ନା ରାଜମଣି ଦେବୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇବାସହ ସହ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛୁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.