ବମକ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ

ପତ୍ନୀଙ୍କଠାରୁ ପତି ନେଲେ ଦାୟିତ୍ୱ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକ ବମକ ଗ୍ରାମପଞ୍ଚାୟତର ସରପଞ୍ଚ ଭାବରେ ରୋମାଞ୍ଚ ସାହୁ(ରାଷ୍ଟ୍ର) ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ସରପଞ୍ଚ ଭାବରେ ସେ ବିଦାୟୀ ସରପଞ୍ଚ ତଥା ନିଜ ଧର୍ମପତ୍ନୀଙ୍କ ପାଖରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ରୋମାଞ୍ଚ ଦାୟିତ୍ୱ ଗ୍ରହଣ କରିବା ଅବସରରେ ସମସ୍ତ ୱାର୍ଡ଼ ସଭ୍ୟ/ସଭ୍ୟାଙ୍କୁ ନିଜର କୃତଜ୍ଞତା ଅର୍ପଣ କରିବା ସହିତ ଆଗାମୀ ଦିନରେ ବକେୟା ରହିଥିବା ଅନ୍ୟ ସମସ୍ତ କାର୍ଯ୍ୟକୁ ସଂପୂର୍ଣ୍ଣ ରୂପଦେବାକୁ କହିଥିଲେ । ଏବଂ ଅନ୍ୟମାନେ ମଧ୍ୟ ପଞ୍ଚାୟତର ବିକାଶ ଦିଗରେ ସହଭାଗୀ ହେବେ ବୋଲି ମତପୋଷଣ କରିଥିଲେ । ସରପଞ୍ଚଙ୍କୁ ଆଜି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟ ଅର୍ପଣ କରାଯାଇଥିଲା । ପରେ ସେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ, କଳାହାଣ୍ଡି ଜିଲ୍ଲାର ପ୍ରଥମ ଗ୍ରାମୀଣ ପାର୍କ ବମକ ଗ୍ରାମ ପଞ୍ଚାୟତରେ ଉଦଘାଟିତ ହେଇଥିଲା ଏବଂ ସେହିଭଳି ଆଉ କିଛି ନୂତନ ତଥା ଅନନ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କହିବା ସହିତ ପଞ୍ଚାୟତବାସୀଙ୍କ ସହଯୋଗ କାମନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.