ଚିକିତ୍ସା ସୁବିଧା ଯୋଗାଇ ଅସହାୟର ବନ୍ଧୁ ପାଲଟିଲେ ସରପଞ୍ଚ ପିତାମ୍ବର କିର୍ଷାନୀ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ସେମିଲିଗୁଡା ବ୍ଲକ ରାଜପୁଟ ପଞ୍ଚାୟତର ଶ୍ରୀରାମପୁଟ ନିକଟରେ ଏକ ଅଟୋ ଚାଳକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହୋଇଛନ୍ତି । ଅଟୋ ଚାଳକ ଜଣକ ହେଲେ ମହାଦେବ ନନ୍ଦିବାଲି । ଅଟୋ ଚାଳକ ଜଣକ ନିଜ ଅଟୋ ଭାରସାମ୍ୟ ହରାଇ ଶ୍ରୀରାମପୁଟ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ କ୍ଷତାକ୍ତ ହୋଇଅଛନ୍ତି । ତେବେ ଏହି ଖବର ଶୁଣି ସେମିଲିଗୁଡା ରାଜପୁଟ ପଞ୍ଚାୟତର ସରପଞ୍ଚ ପିତାମ୍ବର କିର୍ଷାନୀ ତୁରନ୍ତ ଘଟଣା ସ୍ଥଳକୁ ନିଜ ମଟରସାଇକେଲ ଯୋଗେ ଯାଇ ସେମିଲିଗୁଡା ସ୍ଥିତ ଏକ ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇ ଘରକୁ ନେଇ ଛାଡିଥିବା ଦେଖା ଦେଇଅଛି । ସରପଞ୍ଚ ତଥା ସମାଜସେବୀ ଶ୍ରୀ କିର୍ଷାନୀ ସବୁବେଳେ ଏହିଭଳି ଅନେକ ରୋଗୀଙ୍କ ପାଖେ ପାଖେ ଥାଇ ଚିକିତ୍ସା ସୁବିଧା ଯୋଗେଇ ଅଞ୍ଚଳରେ ବେଶ୍ ଚର୍ଚ୍ଚିତ ହୋଇଅଛନ୍ତି ।ଅସହାୟର ବନ୍ଧୁ ପାଲଟିଥିବା ସମାଜସେବୀ କିର୍ଷାନୀ ଆଗକୁ ମଧ୍ୟ ସେ ଏହିଭଳି ସେବା ଯୋଗେଇବେ ବୋଲି ପ୍ରତିଶ୍ରୁତି ଦେଇଅଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.