ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ଅଥଙ୍ଗା ନିକଟ ମହାବୀର ଜିମ୍ନାସିଅମର ୧୩ ତମ ବଡି ଲିଫଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଆଖପାଖ ଅଞ୍ଚଳର ବହୁ ପ୍ରତିଯୋଗୀ ମାନେ ଭାଗ ନେଇଥିଲେ । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ମହାବୀର ଜିମ୍ନାସିଅମ ପ୍ରତିଯୋଗିତାର ଆୟୋଜନ କରି କୃତି ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ କରାଯାଇଛି । ଏହି ପ୍ରତିଯୋଗିତାରେ ଅନୁଷ୍ଠାନର ଆଡ଼ଭାଇଜର ପ୍ରବୀନ ମିଶ୍ର, ସଭାପତି ସତ୍ୟ କୁମାର ଦାସ, ସମ୍ପାଦକ ଦୀପକ କୁମାର ସାହୁ, ସହ ସମ୍ପାଦକ ସଚିକାନ୍ତ ଓତା, ଅର୍ଗାନାଇଜର ମିଲନ ପରିଡା, ଅରବିନ୍ଦ ଆଚାର୍ଯ୍ୟ, ରାକେଶ କୁମାର ଆଚାର୍ଯ୍ୟ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରସାଦ ଦାଶ, ସୁଶାନ୍ତ ମିଶ୍ର ଓ ସମସ୍ତ ସଭ୍ୟମାନେ ଉପସ୍ଥିତ ଥିଲେ ।