ମ.ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓଙ୍କ ବିଜୟ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଡୁଡୁକାରଞ୍ଚା ପଞ୍ଚାୟତରୁ ସମିତି ସଭ୍ୟା ଭାବରେ ବିଜୟ ହାସଲ କରିବା ଥିବା ମନ୍ଦାକିନୀ ସିଂହଦେଓ ପରବର୍ତ୍ତୀ ସମୟରେ ମ.ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଇଛନ୍ତି । ତେଣୁ ନିଜେ ନିର୍ବାଚିତ ହେଇଥିବା ଗ୍ରାମ ପଞ୍ଚାୟତବାସୀଙ୍କୁ ନିଜର କୃତଜ୍ଞତା ସ୍ୱରୂପ ଆଜି ଡୁଡୁକାରଞ୍ଚା ଅଂଚଳରେ ବିଜୟ ଶୋଭାଯାତ୍ରା ସହିତ ଆଗାମୀ ଦିନରେ ବ୍ଲକର ବିକାଶ ନିମନ୍ତେ ସହଯୋଗ କାମନା କରିଥିଲେ । ଏହି ଶୋଭାଯାତ୍ରା ସମୟରେ ଶ୍ରୀମତି ସିଂହଦେଓଙ୍କ ସ୍ୱାମୀ ବିକାଶ ରଞ୍ଚନ ସିଂହଦେଓ, ଡୁଡୁକାରଞ୍ଚା ସରପଞ୍ଚ ସୂର୍ଯ୍ୟମଣି ପାତ୍ର ଏବଂ ବାରବନ୍ଧା ସମିତିସଭ୍ୟା ନମିତା ରାଉତ, ପ୍ରଦୀପ ପାଣିଗ୍ରାହୀ, ସଂଯୁକ୍ତା ପୁରୋହିତ ପ୍ରମୁଖ ସାମିଲ ହେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.