ପଢ଼ନା ଲିଖନା କାର୍ଯ୍ୟକ୍ରମର ସ୍ବେଛାସେବୀ ତାଲିମ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସମ୍ପୂର୍ଣ୍ଣ ସାକ୍ଷର ଦେଶ ଗଠନ ଲାଗି ରାଜ୍ୟ ସାକ୍ଷାରତା ମିଶନ ପକ୍ଷରୁ ୧୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମୌଳିକ ଓ ବ୍ୟବହାରିକ ଶିକ୍ଷା ବା ସାକ୍ଷରତା ପ୍ରଦାନ ନିମନ୍ତେ “ପଢ଼ନା ଲିଖନା” କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବେଛାସେବୀ ସହାୟକ ମାନଙ୍କୁ ତାଲିମ ପ୍ରଦାନର ଆଜି ଉଦଯାପନୀ ଦିବସ । କୋକସରା ବ୍ଲକର ୨୨ ଟି ପଞ୍ଚାୟତର ୧୧ ଗୋଟି କ୍ଲଷ୍ଟରରେ ସ୍ବେଛାସେବୀ ତାଲିମ ପାଇ ନବସାକ୍ଷର ଓ ପାଠଛାଡି ଘରେ ରହିଥିବା ଶିକ୍ଷାର୍ଥୀଙ୍କୁ ସ୍କୁଲ ଶିକ୍ଷାର ସମତୁଲ ଶିକ୍ଷା ପ୍ରଦାନ ଓ ଜୀବନ ବ୍ୟାପି ଶିକ୍ଷାରେ ସାମିଲ କରି ଏକ ବ୍ୟବହାରିକ ସାକ୍ଷର ସମାଜ ଗଠନ ପାଇଁ ନିଜ ନିଜର ଦାୟିତ୍ୱ ନିର୍ବାହ କରିବେ ବୋଲି ସ୍ବେଛାସେବୀମାନେ କହିଥିଲେ । ଉଦଯାପନୀ ଦିବସରେ ବ୍ଲକ ଶିକ୍ଷା ଅଧିକାରୀ ରମାକାନ୍ତ ଦାସ, ସହଯୋଗୀ ଶିକ୍ଷାଧିକାରୀ ତୋଫାନ ମାଝୀ, ସାକ୍ଷର ଭାରତ କାର୍ଯ୍ୟକ୍ରମର ବ୍ଲକ ସଂଯୋଜକ କ୍ଷୀରସିନ୍ଧୁ ନେଗୀ, ମୋଟେର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ଭୁବନେଶ୍ୱର ଛତ୍ରିଆ, ତାଲିମ ଦାତା ଦିଲୀପ କୁମାର ସାହୁ, କୋକସରା ସଂଯୋଜକ ବୈକୁଣ୍ଠ ଜାଲ, ଲଡ଼ୁଗାଁ ସଂଯୋଜକ ଗୋବର୍ଦ୍ଧନ ବେମାଲ, କାଉଡୋଳା ସଂଯୋଜକ ସୁମନ୍ତ ଠାକୁର, ସମସ୍ତ ସ୍ବେଛାସେବୀଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପରାମର୍ଶ ଦେଇଥିଲେ । ପ୍ରେରକ ସଞ୍ଜୀବ ସାହୁ, ଗାୟତ୍ରୀ ଠାକୁର, ଆଲୋକ ବିଶି, ହିରଣ୍ୟ ବେହେରା, ପ୍ୟାରିଲାଲ ପଟେଲ, ପୁନିଆ ରଞ୍ଜନ ନାଗ, ପ୍ରମୁଖ ତାଲିମ ଶିବିରରେ ଅଂଶଗ୍ରହଣ କରି ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.