ଆଜି ଜାତୀୟ ଟିକାକରଣ ଦିବସ: ଆରମ୍ଭ ହେବ ୧୨-୧୪ ବର୍ଷ ବୟସ୍କ ପିଲାଙ୍କ ଟିକାକରଣ

ସରକାରୀ କୋଭିଡ ଟିକାକରଣ କେନ୍ଦ୍ର ୧୨-୧୪ ବର୍ଷ ପିଲାମାନଙ୍କୁ ମାଗଣାରେ ଦିଆଯିବ କୋଭିଡ ଟିକା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଜି (୧୬ ମାର୍ଚ୍ଚ ୨୦୨୨) ଠାରୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କୁ କୋଭିଡ ୧୯ ପ୍ରତିଷେଧକ ଟିକା ମାଗଣାରେ ଦିଆଯିବ । ଏଥିସହିତ ସମସ୍ତ ସରକାରୀ କୋଭିଡ ଟିକାକରଣ କେନ୍ଦ୍ରରେ ଜାତୀୟ ଟିକାକରଣ ଦିବସ ପାଳନ କରାଯିବ । ପିଲାମାନଙ୍କୁ ହାଇଦ୍ରାବାଦସ୍ଥିତ ବାୟୋଲୋଜିକ ଇ ଲିମିଟେଡ ଦ୍ବାରା ବିକଶିତ କୋର୍ବେଭାକ୍ସ ଟିକା ଦିଆଯିବ । ମାର୍ଚ୍ଚ ୧୬ ତାରିଖ ପୂର୍ବାହ୍ନ ୯ଟାରୁ ଅନଲାଇନ ପଞ୍ଜୀକରଣ ମାଧ୍ୟମରେ କିମ୍ବା ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ହିତାଧିକାରୀମାନେ ଟିକା ନେଇପାରିବେ । ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସହିତ ଏକ ଭିଡି କନଫରେନ୍ସ ବୈଠକ ମାଧ୍ୟମରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଏହି ସୂଚନା ଦେଇଛନ୍ତି । ୧୨-୧୩ ବର୍ଷ ଏବଂ ୧୩ରୁ ୧୪ ବର୍ଷ ବୟସ ବର୍ଗ ଅର୍ଥାତ୍ ଯେଉଁମାନେ ୨୦୦୮, ୨୦୦୯ ଏବଂ ୨୦୧୦ରେ ଜନ୍ମ ନେଇଛନ୍ତି ଏବଂ ୧୨ ବର୍ଷରୁ ଅଧିକ ବୟସ ଟପିସାରିଛନ୍ତି ସେମାନଙ୍କୁ ୧୬ ମାର୍ଚ୍ଚ ୨୦୨୨ ଠାରୁ କୋଭିଡ ୧୯ ଟିକା ଦେବା ଲାଗି କେନ୍ଦ୍ର ସରକାର ଗତକାଲି ନିଷ୍ପତ୍ତି ନେଇଥିଲେ । ଏହା ବ୍ୟତୀତ ସବୁ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ହିତାଧିକାରୀମାନଙ୍କୁ ବୁଷ୍ଟର ଡୋଜ୍ ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ କୋ-ମୋର୍ବୋଡିଜ୍ ବା ପୂର୍ବ ଦୂରାରୋଗ୍ୟ ବ୍ୟାଧି ସର୍ତ୍ତାବଳୀକୁ ଉଚ୍ଛେଦ କରାଯାଇଛି । ବୁଷ୍ଟର ଡୋଜ୍ ଟିକାକରଣ ପାଇଁ ସରକାର କେତେକ ନିୟମ ଧାର୍ଯ୍ୟ କରିଛନ୍ତି । ପୂର୍ବରୁ ହିତାଧିକାରୀ ଯେଉଁ ଟିକାର ଦୁଇଟି ଡୋଜ୍ ନେଇଥିବେ, ଦ୍ବିତୀୟ ଡୋଜ୍ ଟିକା ନେବାର ୯ ମାସ (୩୬ ସପ୍ତାହ) ପରେ ସେହି ଟିକାର ବୁଷ୍ଟର ଡୋଜ୍ ଟିକା ନେବେ। ଏଥିପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ଏବଂ ପରିଚାଳନା ମାର୍ଗଦର୍ଶିକା ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପଠାଇ ଦିଆଯାଇଛି । ଟିକାକରଣ ତାରିଖ ଦିନ କେବଳ ଯେଉଁ ହିତାଧିକାରୀମାନେ ୧୨ ବର୍ଷରୁ ଅଧିକ ବୟସ ଅତିକ୍ରମ କରିସାରିଥିବେ ସେହିମାନଙ୍କୁ କୋଭିଡ ଟିକା ଦିଆଯିବ । ଯେଉଁ ହିତାଧିକାରୀମାନେ କୋଓ୍ବିନ୍ ପୋର୍ଟାଲରେ ପଞ୍ଜୀକରଣ କରିଥିବେ କିନ୍ତୁ ୧୨ ବୟସ ଅତିକ୍ରମ କରିନଥିବେ ସେମାନଙ୍କୁ ଟିକା ଦିଆଯିବ ନାହିଁ । ଏ ସମ୍ପର୍କରେ ରାଜ୍ୟମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ୧୨-୧୪ ବର୍ଷ ବୟସର ହିତାଧିକାରୀଙ୍କ କ୍ଷେତ୍ରରେ ଯେପରି ଟିକାର ମିଶ୍ରଣ ହେବ ନାହିଁ ସେଥିପ୍ରତି ଧ୍ୟାନ ରଖିବା ଲାଗି କୁହାଯାଇଛି । ଏଥିପାଇଁ ଟିକାପ୍ରଦାନକାରୀ ଏବଂ ଟିକାକରଣ ଦଳକୁ ପ୍ରଶିକ୍ଷଣ ଦିଆଯିବାର ଆବଶ୍ୟକତା ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟ ଟିକା ସହ ମିଶ୍ରଣକୁ ଏଡ଼ାଇବା ଲାଗି ଟିକାକରଣ କେନ୍ଦ୍ର ଗୁଡ଼ିକରେ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ପୃଥକ ସମର୍ପିତ ଟିକାକରଣ ଅଧିବେଶନ ଆୟୋଜନ କରିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.