ପ୍ରଦ୍ୟୁମ୍ନ ସାହୁ ‘ଇନଟାକ୍ ସୋନପୁର’ର ନୂତନ ଆବାହକ, ବନମାଳି ପଣ୍ଡା ସହ-ଆବାହକ

ଓଡ଼ିଆ ବାର୍ତ୍ତା/ ସୋନପୁର: ଐତିହ୍ୟର ସୁରକ୍ଷା ପାଇଁ ଜାତୀୟ ସ୍ତରରେ ସମର୍ପିତ ଅନୁଷ୍ଠାନ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଏଣ୍ଡ କଲଚରାଲ ହେରିଟେଜ୍ ବା ଇନଟାକର ସୋନପୁର ଚେପ୍ଟର ପାଇଁ ସୁନାମଧନ୍ୟ ସିନେ ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁ ଆବାହକ ଭାବେ ମନୋନୀତ ହୋଇଛନ୍ତି । ଜଣେ ଅଭିନେତା, ନାଟ୍ୟକାର, ନିର୍ଦ୍ଦେଶକ, କବି ତଥା ସଂସ୍କୃତି ସଂଗଠକ ଭାବେ ପ୍ରଦ୍ୟୁମ୍ନ ପରିଚିତ । ପୂର୍ବରୁ ଇନଟାକ୍ ସୋନପୁର ଚେପ୍ଟରର ସହ-ଆବାହକ ଭାବେ ଐତିହ୍ୟର ସୁରକ୍ଷା ପାଇଁ କାର୍ଯ୍ୟ ସଂପାଦନ କରି ଅଭିଜ୍ଞତା ସାଉଁଟିଛନ୍ତି । ଠିକ୍ ସେହିପରି ସହ-ଆବାହକ ଭାବେ ମନୋନୀତ ବନମାଳି ପଣ୍ଡା ଜଣେ ହେଉଛନ୍ତି ଜଣେ ସଫଳ ସଂସ୍କୃତି ସଂଗଠକ । ଇନଟାକ ସୋନପୁର ଚେପ୍ଟରର ସଭ୍ୟମାନେ ଉଭୟଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିବା ବେଳେ ଐତିହ୍ୟସଂପନ୍ନ ସୋନପୁର ଜିଲ୍ଲାର ଐତିହ୍ୟର ସୁରକ୍ଷା ଏବଂ ପ୍ରଚାର ପ୍ରସାର ଦିଗରେ ଦୟିତ୍ଵପୂର୍ଣ୍ଣଭାବେ କାର୍ଯ୍ୟ ସଂପାଦନ କରିବେ ବୋଲି ଏହି ଅବସରରେ ଉଭୟେ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.