ବାପୁଜୀ କ୍ଲଷ୍ଟର ତରଫରୁ ‘ନୂଆ ଆଶା ନୂଆ ଦିଶା’ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଆୟୋଜିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ବାପୁଜୀ କ୍ଲଷ୍ଟର ତରଫରୁ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ପୁରୁଣାପଡା ଠାରେ ‘ନୂଆ ଆଶା, ନୂଆ ଦିଶା’ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହା କୋମଳମତି କୁନିକୁନି ଶିଶୁମାନଙ୍କ ସୃଜନଶୀଳତା, ମନୋରଞ୍ଜନ, ଖେଳ, ଧନ୍ଦା, ମଜାଦାର ଗଣିତ କୁହୁକ, ବିଜ୍ଞାନ କୁହୁକ ସହଜରେ କରି କରି ପାଠକୁ ଵୁଝି ଦୈନନ୍ଦିନ ଜୀବନରେ ଆସୁଥିବା ସମସ୍ୟା ସମାଧାନ କରାଇବା ସହିତ ନିଜକୁ ଦକ୍ଷ କରାଇବା ପାଇଁ ଏହି କ୍ଳଷ୍ଟରର ସମସ୍ତ ପ୍ରାଥମିକ,ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗାଇଡ୍, ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଆଦି ଉପସ୍ଥିତ ରହି ଥିବା ବେଳେ ୩୫୦ ରୁ ଅଧିକ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା । ଡିଆଇଇଟି ଅଧ୍ୟକ୍ଷା ଡ. ସ୍ନେହପ୍ରଭା ମହାପାତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ, ଡିଇଓ ସୁଶାନ୍ତ କୁମାର ଚୋପଦାର୍ ମୁଖ୍ୟ ଅତିଥି ଏଡିଇଓ ଟେମଲାଲ୍ ଦୁବେ ମୁଖ୍ୟ ବକ୍ତା, ଭବାନୀପାଟଣା ବିଇଓ ସଭାପତି, ଏବିଇଓ ସାରଙ୍ଗଧର ମୁଣ୍ଡ ଓ ହୃଷିକେଶ ନାଏକ, ଶିକ୍ଷକ ପ୍ରଶିକ୍ଷକ ଈଶ୍ବର ଵେହେରା, ନିହାରିକା ଦେବୀ, ବିଜଲୀ ଏକ୍କା ସମ୍ନାନୀତ ଅତିଥି ରୂପେ, ଅତିଥି ଜଗନ୍ନାଥ ଦାଶ, ସୁବର୍ଣ୍ଣେଶ୍ୱରୀ ବେଦବାକ୍, ବିଜ୍ଞାନ ଶିକ୍ଷକ ଵିରେନ୍ଦ୍ର ଆଚାର୍ଯ୍ୟ, ପ୍ରଧାନଶିକ୍ଷକ ସୁଢଳଦେବ ମୁଣ୍ଡ, ଜଗଦୀଶ ଚନ୍ଦ୍ର ମୁଣ୍ଡ, ପ୍ରଧାନଶିକ୍ଷୟିତ୍ରୀ ଲୀନା ଦାସ, ପ୍ରଧାନଶିକ୍ଷକ ମନୋଜ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସିଆରସିସି ମିନତି କୁମାରୀ ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ ଓ ମଞ୍ଚ ପରିଚାଳନା, ବିଜ୍ଞାନ ଶିକ୍ଷକ ବିରେନ୍ଦ୍ର ଆଚାର୍ଯ୍ୟ କୁହୁକ ପ୍ରଦର୍ଶନ କରି ତା ପଛର ବିଜ୍ଞାନକୁ ବୁଝାଇ ଥିବା ବେଳେ, ଅତିଥି ମାନେ ଶିକ୍ଷଣ ସାମଗ୍ରୀ ବ୍ୟବହାର ସହ ଶିକ୍ଷଣ କାର୍ଯ୍ୟ ପାଇଁ ଶିକ୍ଷାର୍ଥୀଙ୍କୁ ବାନ୍ଧି ରଖିବା ସହ ଶ୍ରେଣୀଗୃହକୁ ସରସ ସୁନ୍ଦର କରି ପାରିବେ ଵୋଲି ମତବ୍ଯକ୍ତ କରିଥିଲେ । ଶେଷରେ ପୁରୁଣାପଡା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଲୀନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କ୍ଳଷ୍ଟରର ୨୦୧୯-୨୦, ୨୦୨୦-୨୧ ବର୍ଷର ମେଧାବୃତ୍ତି ପାଇଥିବା ଓ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସ୍ନେହଲତା ଖାଡଙ୍ଗା, ମେରିଲିନ୍ ସୁଧାଂଶୁମୟୀ ମହାନ୍ତି, ସରୋଜିନୀ କୁମାର, ସହ ସମସ୍ତ ସହ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ପ୍ରଣତି ଵହିଦାର, ଗୀତା ଶୁକ୍ଳା, ସତ୍ୟ ନାରାୟଣ ନାୟକ, ସୁରଭିବାଳା ଦେବୀ, ରେଣୁକା ରଥ, ଶ୍ଯାମଳା ନାୟକ, ରମେଶ ଚନ୍ଦ୍ର ପ୍ରଧାନ, ଜ୍ଯୋତି ଠାକୁର, ଜ୍ଯୋତିର୍ମୟୀ ତ୍ରିପାଠୀ, ଜୟଶ୍ରୀ ଵହିଦାର, ସୁଜତା ସିଂ, ଵିଷ୍ଣୁପ୍ରିୟା ଚଣ୍ଡି, ପୁଷ୍ପାଞ୍ଜଳି ରାଉତ, ଗାୟତ୍ରୀ କୁମାର, ଚିତ୍ରରେଖା ଜେଠି, ମିନତୀ ରାଣୀ ପଟ୍ଟନାୟକ, ସୂର୍ଯ୍ୟକାନ୍ତା ଜାଲ, ସୁନୀତା କୃପ, ଦୁଷ୍ମନ୍ତ ସାହୁ ସମେତ ବିଦ୍ୟାଳୟର ସମସ୍ତ ସହଶିକ୍ଷୟିତ୍ରୀଗଣ ତଥା ପାଚକ ପାଚିକା ମାନେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.