ଆଜି ହୋଲିକା ଦହନ: ଜାଣନ୍ତୁ, ଏହା ପଛର ଆଖ୍ୟାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଆଜି ହୋଲିକା ଦହନ । ଫଗୁଣ ପୁର୍ଣିମା ପୂର୍ବ ଦିନ ହୋଲିକା ଦହନ କରାଯାଏ । ଏ ଦିନ ମାରଓ୍ବାଡି ସମାଜର ମହିଳା ମାନେ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ଏକତ୍ରିତ ହୋଇ ନିଜ ରିତିନୀତି ପରମ୍ପରାରେ ପୂଜାର୍ଚ୍ଚନା କରଥାନ୍ତି । ଏହି ଅବସରରେ ଧର୍ମଗଡ଼ ବ୍ଲକ ବେହେରା ଠାରେ ହୋଲିକା ଦହନ ପାଇଁ ପରମ୍ପରା ଅନୁଯାୟୀ ମହିଳାମାନେ ଏକତ୍ରିତ ହୋଇ ହଳଦୀ, କଞ୍ଚା ସୂତା, ଗହମ, ଗୋବରରେ ତିଆରି ମାଳକୁ ନେଇ ପୂଜାର୍ଚ୍ଚନା କରିଛନ୍ତି । ହୋଲିକା ଦହନକୁ ନେଇ ଅନେକ ପୈ।ରାଣିକ ଆଖ୍ୟାନ ରହିଛି । ସେଥି ମଧ୍ୟରୁ ଏକ ସୁନ୍ଦର କଥନ ଏଠାରେ ଅବତରଣ କରାଯାଉଛି । – ମହା ପରାକ୍ରମଶାଳୀ ଅସୁର ରାଜା ହିରଣାକ୍ଷ୍ୟଙ୍କ ପ୍ରତାପରେ ତିନି ପୁର ତରହର ହେଉଥିଲା । ଏହି ରାଜା ବିଷ୍ଣୁଙ୍କୁ ମୋଟେ ଗ୍ରହଣ କରିପାରୁନଥିଲେ । ନିଜ ପୁତ୍ର ପ୍ରହଲ୍ଲାଦ ବିଷ୍ଣୁ ଭକ୍ତ ଥିବାରୁ ତାକୁ ହତ୍ୟା କରିବାକୁ ଯୋଜନା କରିଥିଲା ହିରଣାକ୍ଷ୍ୟ । ତେବେ ଅନେକ ଉଦ୍ୟମ ସତ୍ତ୍ୱେ ପୁତ୍ରର ମୃତ୍ୟୁ ନହେବାରୁ ତାକୁ ହତ୍ୟା କରିବାକୁ ନିଜ ଭଉଣୀ ହୋଲିକାର ସାହାରା ନେଲା ହିରଣାକ୍ଷ୍ୟ । ବରପ୍ରାପ୍ତ ହେତୁ ଅଗ୍ନି ହୋଲିକାର କୈାଣସି କ୍ଷତି କରି ପାରୁ ନଥିଲା । ତେଣୁ ହୋଲିକା ନିଜ କୋଳରେ ପ୍ରହଲ୍ଲାଦକୁ ଧରି ବସିଲା । ଅଗ୍ନି ସଂଯୋଗ ହେଲା, ପ୍ରହଲ୍ଲାଦର କୈାଣସି କ୍ଷତି ହେଲାନାହିଁ କିନ୍ତୁ ହୋଲିକା ପୋଡି ମଲା । ଧର୍ମର ଜୟ ସହ ପାପର କ୍ଷୟ ହେଲା । ଏହି ଶୃତିକୁ ଉଜ୍ଜିବିତ କରୁଛି ହୋଲିକା ଦହନ । ପରବର୍ତ୍ତୀ ସମୟରେ ଦ୍ବାପର ଯୁଗରେ ରାଧାକୃଷ୍ଣ ବୃନ୍ଦାବନରେ ଅବିର ଖେଳିଥିଲେ । ସତ୍ୟ ଓ ଦ୍ବାପର ଯୁଗର ଏହି ପରମ୍ପରା ସହ ଯୋଡି ହୋଇଯାଇଛି ରଙ୍ଗ ଅବିରର ମହାର୍ଘ୍ୟ ପରମ୍ପରା ।ଏହା ପରଠାରୁ ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବ ଅଧିକ ଗାରିମାମୟ ହୋଇଛି । ସାରା ଦେଶରେ ଭିନ୍ନ ଭିନ୍ନ ରିତିନିତି ଅନୁସାରେ ପାଳିତ ହୋଇଥାଏ ହୋଲି । ପର୍ବ ପାଳନର ଲକ୍ଷ ଏକ ହୋଇଥିବାବେଳେ ଅଞ୍ଚଳ ଓ ସଂପ୍ରଦାୟ ଅନୁପାତରେ ପରମ୍ପରାରେ ଭିନ୍ନତା ମଧ୍ୟ ପରିଲକ୍ଷିତ ହୋଇଥାଏ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.