ଗାନ୍ଧିବାଦୀ ନେତା ଆନନ୍ଦ ଚନ୍ଦ୍ର ବେହେରା ଓ ତାଙ୍କ ଧର୍ମପତ୍ନୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ଖଣ୍ଡେଏତା ଗ୍ରାମର ଗାନ୍ଧିବାଦୀ ନେତା ସ୍ବର୍ଗତ ଆନନ୍ଦ ଚନ୍ଦ୍ର ବେହେରା ଓ ତାଙ୍କ ଧର୍ମପତ୍ନୀ ସ୍ୱର୍ଗତା ହାରାମଣୀ ବେହେରାଙ୍କ ପ୍ରତିମୂର୍ତ୍ତି ପଣ୍ଡିତ ଦୀପକ କୁମାର ପତି ଓ ସମାଜସେବୀ ବିଷ୍ଣୁ ଚରଣ ବେହେରାଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି । ଆନନ୍ଦ ଚନ୍ଦ୍ର ବେହେରା ସ୍ମୃତି ସଂସଦ ତରଫରୁ ଏକ ସାଧାରଣ ସଭା ତାଙ୍କ ବାସ ଭବନରେ ଅନୁଷ୍ଠାନର ସଭାପତି ଅନିଲ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ସମ୍ମାନୀୟ ଅତିଥି ଭାବେ ପ୍ରଦୀପ୍ତ କୁମାର ମହାନ୍ତି, ବିଶ୍ବରଂଜନ ନାୟକ, ଅକ୍ଷୟ କୁମାର ଓଝା ଓ ହୃଷୀକେଶ ଦେବତା ପ୍ରମୁଖ ଯୋଗ ଦେଇଥିଲେ । ଉପସ୍ଥିତ ସମ୍ମାନୀୟ ଅତିଥି ଓ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସ୍ବର୍ଗତ ବେହେରାଙ୍କ ସ୍ମୃତି ଚାରଣ କରିଥିଲେ । ଅନୁଷ୍ଠାନ ତରଫରୁ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ଉପଦେଷ୍ଠା କବି ସରୋଜ ନଳିନୀ ପରିଜା, ସଭାପତି ଇ°. ଅଶୋକ କୁମାର ବିଶ୍ବାଳ, ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସ ଓ ଶୁଭ ରଞ୍ଜନ ବେହେରାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ସରୋଜ କୁମାର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.