କାୟକଲ୍ପ ଟିମ୍‌ ର ବିଶ୍ଵନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତିଭୂମି ସମୀକ୍ଷା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ଵନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ପାଇଁ କାୟକଲ୍ପ ଟିମର ତିନି ଜଣିଆ ସଦସ୍ୟ ପହଞ୍ଚି ଭିତ୍ତିଭୂମି ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଟିମ୍ ପହଞ୍ଚିବା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନିହାର ରଞ୍ଜନ ସାହୁଙ୍କ ସମେତ ଡାକ୍ତରଖାନା କର୍ମଚାରୀ ମାନେ ସ୍ୱାଗତ ଓ ସମ୍ବର୍ଦ୍ଧନା କରିଥିଲେ । ପରେ ଟିମର ସଦସ୍ୟ ମାନେ ଡାକ୍ତରଖାନାର ଇନଡୋର, ଆଉଟ ଡୋର, କୋଭିଡ ଟୀକାକରଣ କେନ୍ଦ୍ର, ଫ୍ଲୁ ସେଣ୍ଟର, ଔଷଧ ଭଣ୍ଡାର, ରୋଗୀ ୱାର୍ଡ, ପ୍ରସୂତି ୱାର୍ଡ ବୁଲି ଦେଖିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ବିଭିନ୍ନ ଅନୁଦାନ ପାଣ୍ଠି ର ଖର୍ଚ୍ଚ ବିବରଣୀ ଯାଞ୍ଚ କରିଥିଲେ । କାୟାକଳ୍ପ ମେଡ଼ିକାଲ ଟିମରେ ଡାକ୍ତର ପ୍ରଦୀପ କୁମାର ପାଢୀ, ଡାକ୍ତର ବିକାଶ ପଟ୍ଟନାୟକ, ହୀରାଲାଲ ନାଏକ ପରିଦର୍ଶନ କରିଥିଲେ । ଏହି ସମୟରେ ବିଶ୍ଵନାଥପୁର ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରର ବିପିଏମ୍ ସୁଜିତ ସିଂ କୁମାର, ମିତ୍ରଭାନୁ ଦାସ, ସିତାଶୁଂ କୁମାର ପଣ୍ଡା, ଟି ଶ୍ରୀକାନ୍ତ, ଏସଟିଏସ ସମ୍ୱିତ ରଥ, ଏମଟିଏସ ସଞ୍ଜୟ ଦାସ, ପିଏଚଇଓ ଦିବାକର ପ୍ରଧାନ, ଫାର୍ମାସିଷ୍ଟ ରବିନ୍ଦ୍ର କୁମାର ସାହୁ, ଡ଼ି. ସୁବୁଦ୍ଧି ସମେତ ଲକ୍ଷ୍ମୀପ୍ରିୟା ସାହୁ, ସୂର୍ଯ୍ୟକାନ୍ତି ବାଗ, ଅନୁଛାୟା ନାଏକ, ରସବତୀ ଦେବୀ, ସଶ୍ମିତା ସାହୁ, ମମତା ପ୍ରଧାନ, ସବିତା ସାହୁ ଓ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.