କୋରାପୁଟରେ କେମିକାଲ ଫ୍ରି ହୋଲି, ସ୍ଵୟଂ ସହାୟକ ଗୋଷ୍ଠୀର ନିଆରା ପ୍ରୟାସ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ଭାଇଚାରାର ପର୍ବ ହୋଲି । ଏହି ପର୍ବକୁ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତେ ଖୁବ ଧୁମ୍‌ଧାମ୍‌ରେ ପାଳନ କରନ୍ତି । ହୋଲିକୁ ନେଇ ଗାଁ ଠୁ ସହର ସବୁଠି ଆନନ୍ଦର ମାହୋଲ । ଏହି ହୋଲି ପର୍ବ ପାଇଁ ସହରରୁ ଗାଁ ସବୁ ସ୍ଥାନରେ ହୋଲି ବିକ୍ରି ହୋଇଥିଲା । କିନ୍ତୁ ଚଳିତ ବର୍ଷ କୋରାପୁଟରେ ଶୈଳବାଳା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଏକ ନିଆରା ଢଙ୍ଗରେ ହୋଲି ପ୍ରସ୍ତୁତ କରାଯାଇଛି । ଡୁମୁରିପୁଟରେ ସ୍ଥାନୀୟ ବାଡ଼ି ବଗିଚାରୁ ସଂଗୃହିତ ଗାଜର, ବିଟ ରୁଟ ଓ ଶାଗ କଟା ଏହି ପନି ପରିବା ଓ ଫୁଲକୁ ବାଟି ଏହାର ରସକୁ ନିଗାଡି ଦେଇ ମଇଦାରେ ଗୋଳାଇ ଦିଆଯାଏ । ଭଲଭାବେ ମଇଦାର ଧଳା ରଙ୍ଗ ବଦଳି ଯାଇ ରଙ୍ଗ ବେରଙ୍ଗର ଫଗୁ ବନି ଗଲା ପରେ ତାକୁ ବାହାରେ ଶୁଖାଇ ଦିଆଯାଉଥିବା ମହିଳା ଗୋଷ୍ଠୀର ସଦସ୍ୟ ଜଣାଇଛନ୍ତି । ଓଡ଼ିଶା ଜୀବିକା ମିଶନର ସହାୟତାରେ ଚଳିତ ବର୍ଷ ଆରମ୍ଭ କରିଥିବା ଏହି ବ୍ୟବସାୟରେ ଲାଭ କ୍ଷତିର ବିଚାର ନକରି ଲୋକଙ୍କୁ ଏକ ସୁରକ୍ଷିତ ଫଗୁରେ ହୋଲି ଖେଳିବାର ସୁଯୋଗ ଦେଇପାରିଥିବା ଯୋଗୁଁ ଆତ୍ମସନ୍ତୋଷ ଲାଭ କରିଛନ୍ତି ଏହି ମହିଳାମାନେ । ତେବେ ଏହି ଫଗୁର ଗୁଣାତ୍ମକ ମୂଲ୍ୟ ଯୋଗୁଁ ଜୀବିକା ମିଶନ ତରଫରୁ ଏହି ଫଗୁ (ଅବିର)କୁ କୋରାପୁଟ ଜିଲ୍ଲାର ବିଭିନ୍ନ ସହର ବଜାରରେ ବିକ୍ରି କରାଯାଉଥିବା ବେଳେ ଭୁବନେଶ୍ୱରକୁ ମଧ୍ୟ ପଠାଯାଇଥିବା ଜୀବିକା ମିଶନର ସ୍ଥାନୀୟ ସଂଯୋଜିକା ସିପ୍ରା ରାଉତ ସୂଚନା ଦେଇଛନ୍ତି । ଚଳିତ ବର୍ଷ ମହିଳା ଦିବସ ଦିନ ଆରମ୍ଭ କରିଥିବା ଏହି ପ୍ରକ୍ରିୟାରେ ମହିଳା ଗୋଷ୍ଠୀ ଏକ କ୍ଵିଣ୍ଟାଲ ଫଗୁ ପ୍ରସ୍ତୁତ କରିଥିବା ବେଳେ ଆସନ୍ତା ବର୍ଷ ଆହୁରି ଅଧିକା ଫଗୁ ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖିଥିବା କହିଛନ୍ତି ସିପ୍ରା । ବଜାରରେ ମିଳୁଥିବା କେମିକାଲ ଯୁକ୍ତ ଫଗୁ ଅପେକ୍ଷା ଏହି ଫଗୁ ସୁରକ୍ଷିତ ଓ ଶସ୍ତା ହୋଇଥିବା ଯୋଗୁଁ ଗ୍ରାହକଙ୍କ ମଧ୍ୟରେ ଏହି ଅବିର ପ୍ରତି ଆଗ୍ରହ ବଢ଼ିଥିବା ବ୍ୟବସାୟୀ କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.