ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ଅର୍ନ୍ତଗତ ପାହାଡପଦର ପଞ୍ଚାୟତରେ ଥିବା ଖଣ୍ଡୁଆଳମାଳିର ସୁରକ୍ଷା ପାଇଁ ଖଣ୍ଡୁଆଳମାଳି ସୁରକ୍ଷା ସମିତି ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୮ ଓ ୨୯ ତାରିଖରେ ଖଣ୍ଡୁଆଳମାଳି ପର୍ବ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ସୁରକ୍ଷା ସମିତି ପକ୍ଷରୁ ଏହି ପଦଯାତ୍ରା କରାଯାଇଛି । ଏହି ସମିତି ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ ଏକଜୁଟ କରିବା ଯେହେତୁ ଏହି ଖଣ୍ଡୁଆଳମାଳି ଉପରେ ବହୁରାଷ୍ଟ୍ରୀୟ କମ୍ପାନୀର ଲଲୁପଦୃଷ୍ଟି ପଡିଛି । ପ୍ରକୃତି କୋଳରେ ବଞ୍ଚି ଆସୁଥିବା ଆଦିବାସି ଓ ଦଳିତ ଲୋକ ଜଙ୍ଗଲକୁ ଦେବତା ରୁପେ ପୁଜା କରିଥାନ୍ତିସ। ପାଣି, ପବନ, ଜଙ୍ଗଲ, ପାହାଡ ମଣିଷଙ୍କ ପାଇଁ ଗୋଟିଏ ଗୋଟିଏ ଦେବତା ସେହିପରି ଏହି ଅଞ୍ଚଳ ଲୋକଙ୍କ ପାଇଁ ଖଣ୍ଡୁଆଳମାଳି ଉପରେ ଥିବା ବୁଡାରାଜା ହିଁ ସୃଷ୍ଟିକର୍ତ୍ତା ଯେଉଁଥି ପାଇଁ କାହିଁ କେଉଁ କାଳରୁ ତାହାର ବାର୍ଷିକ ପର୍ବ ପାଳନ କରି ପୂଜାଅର୍ଚ୍ଚନା କରିଆସୁଛନ୍ତି । ଜିବନ ଥିବା ପର୍ଯ୍ୟନ୍ତ ଏହି ଖଣ୍ଡୁଆଳମାଳିକୁ ତାଙ୍କଠାରୁ କେହି ଅଲଗା କରିପାରିବେ ନାହିଁ । ଏଥିପାଇଁ ଆଜି ଏକ ପ୍ରସ୍ତୁତି ବୈାଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଖଣ୍ଡୁଆଳମାଳି ସୁରକ୍ଷା ସମିତି ସଭାପତି କାର୍ତ୍ତିକ ମାଝୀଙ୍କ ତତ୍ୱାବଧାନରେ ଆଜିର ଏହି ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ସୁରକ୍ଷା ସମିତିର ସମସ୍ତ ସଦସ୍ୟ ବିଭିନ୍ନ ଗାଁକୁ ଯିବେ । ସୁରକ୍ଷା ସମିତିର ସମ୍ପାଦକ ବ୍ରିଟିଶ କୁମାର, ଜଗଦିଶ ବେନିଆ, ବଦ୍ୟନାଥ ନାଏକ, କୁଞ୍ଜ ମାଝୀ, ମାଧବ ବେନିଆ, ଲୋକନାଥ ମାଝୀ, ଦେବଦାସ ନାଏକ, ମନ ମାଝୀ ପ୍ରମୁଖ ଏହି ପଦଯାତ୍ରାରେ ସାମିଲ ଅଛନ୍ତି ।