ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଗୋଛାଡେଙ୍ଗେନ ସମିତି ସଭ୍ୟ ଶମ୍ଭୁ ଭୂଷଣ ପ୍ରଧାନ । ଆଜି ନିର୍ବାଚନ ଶାନ୍ତି ପୂର୍ଣ୍ଣ ଭାବରେ ହେଇଥିବା ବେଳେ ଉପାଧ୍ୟକ୍ଷ ପଦବୀ ପାଇଁ ଦୁଇ ଜଣ ସମିତି ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଦେଢ଼ଶୁଳି ସମିତି ସଭ୍ୟ ଯାଜ୍ଞସେନ ପଣ୍ଡା ବିପକ୍ଷ ପ୍ରତିଦ୍ୱନ୍ଦୀ ରହି ମାତ୍ର ୪ ଖଣ୍ଡ ଭୋଟ ପାଇଥିବା ବେଳେ ଶମ୍ଭୁ ଭୂଷଣ ପ୍ରଧାନ ୧୫ଖଣ୍ଡ ଭୋଟ ପାଇ ବିଜୟୀ ହେଇଛନ୍ତି । ଆଜି ଫଳାଫଳ ଘୋଷଣା ପରେ ବିଜୟୀ ଉପାଧ୍ୟକ୍ଷଙ୍କୁ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମ.ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ମ.ରାମପୁର ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ, ଯୁବନେତା ବିକାଶ ରଞ୍ଜନ ସିଂହଦେଓ ପ୍ରମୁଖ ଶୁଭେଛା ଜ୍ଞାପନ କରିଛନ୍ତି ।