କବିତା: ପ୍ରେମ ଗଣିତର ଅଛିଣ୍ଡା ଅଙ୍କ

✍🏾ପଞ୍ଚାନନ ଜାଲ (ସୌରଭ)

ସାତଜନ୍ମର ସାଥି ହୋଇ ରହିବି ତୋ ସାଥେ
ତୁ ପରା ମୋ ସ୍ୱପ୍ନର ନାୟିକା
ତୁ ଲିଭିଗଲେ ମୋ ସ୍ବପ୍ନ ରାତିରୁ
ଫଗୁଣ ବି ଲାଗେ ଫିକା ।

Omkar Vasthu
Omkar Vasthu

ସାଥେ ଚାଲୁଥିବି ହୋଇ ତୋର ସାଥି
ନ ଯାଇ କେବେ ହାରି
ରାଣୀ ପରି ତୋତେ ନୀତି ସଜାଇବି
ତୁ ପରା ମୋ ଅପସରି ।

Pearl dental clinic
Near Ashish Medical Store, Bhawanipatna

ଠାରି ନେବୁ ଥରେ ତୋ ଆଖି ଇସାରାରେ
ତୋ କଜଳଗାର ହୋଇ ରହିଯିବି
ଜାଲିଦେବୁ ଯଦି ଇର୍ଷା ର ନିଆଁକୁ
ଖୁସିରେ ଖୁସିରେ ଜଳିଯିବି ।

Udyog Nursery
Udyogi Nursery

ଶିଖାଇ ଦେବୁ ଟିକେ ପ୍ରେମ ଗଣିତ
କିଛି ହେଲେ ଶିଖିଯିବି
ବନ୍ଦ କରିଦେ ମୋ ଦୁଇ ଆଖିକୁ
ତୋ ପ୍ରେମ ଦୁନିଆରେ ହଜିଯିବି ।

କହିଦେ ଥରେ ମିଠା ମିଠା କଥା
ତୋ ସ୍ୱରରେ ମୁଁ ମଞ୍ଜି ଯିବି
ଝରାଇ ଦେଲେ ତୋ ଆଖିରୁ ଲୁହକୁ
ତୋ ଲୁହରେ ମୁଁ ବହି ଯିବି ।

ଲେଖିଛି ତୋ ପାଇଁ ଛୋଟିଆ କବିତାଟି
ହୃଦୟରୁ ମୋ କିଛି କିଛି
ଭିଜାଇ ଦେ ତୋ ପ୍ରେମ ବର୍ଷାରେ
ହୃଦୟରେ ତୋ ଯେତେ ସାଇତି ଅଛି ।

ମାଣ୍ଡେଲ, ନର୍ଲା, କଳାହାଣ୍ଡି
ଫୋ : ୮୧୪୪୧୬୬୩୬୦

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.