ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଳକ ଅନ୍ତର୍ଗତ ଭଇରିପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନବ ନିର୍ବାଚିତ ସଭ୍ୟ/ସଭ୍ୟା ମାନଙ୍କୁ ନେଇ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ନବ ନିର୍ବାଚିତ ସରପଞ୍ଚ ଭାନୁମତୀ ବେମାଲ, ନାଏବ ସରପଞ୍ଚ ବବୁଳୁ ପଣ୍ଡାଙ୍କ ସମେତ ୧୦ ଜଣ ଓ୍ବାର୍ଡ ସଭ୍ୟ ସଭ୍ୟା ବୈଠକରେ ଉପସ୍ଥିତ ଥିଲେ । ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଗ୍ରାମ ପଞ୍ଚାୟତକୁ ଆସୁଥିବା ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଉପସ୍ଥିତ ଜନ ପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ । ପଞ୍ଚାୟତ ମୂଖ୍ୟ କାର୍ଯ୍ୟାଳୟ ଭଇରି ପାଲି ଗ୍ରାମରେ ଏବେ ଜଳ ସମସ୍ୟା ଦେଖା ଦେଇଛି । ଗ୍ରାମରେ ଏକ ଓଭର ହେଡ ଟଙ୍କି ତିଆରି ହୋଇଥିଲେ ମଧ୍ୟ ପ୍ରାୟ ଦୁଇ ବର୍ଷ ହେବ ଏହି ପାନିୟ ପ୍ରକଳ୍ପଟି ଅଚଳ ହୋଇ ପଡି ରହିଥିବାରୁ ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଉ ଥିବା ଅଭିଯୋଗ ହେଉଛି । ପାନୀୟ ଜଳ ସମସ୍ୟାର ସମାଧାନ କିଭଳି ଭାବରେ ଆଗାମୀ ଦିନରେ ଅତି ଶିଘ୍ର ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦେଇ ଉଚ୍ଚ କତୃପକ୍ଷଙ୍କୁ ଅବଗତ କରି ଅତି ଶିଘ୍ର ଜଳ ଯୋଗାଣ କରାଯିବ ବୋଲି ସରପଂଚ ଭାନୁମତୀ ବେମାଲ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ରୋଜଗାର ସେବକ ପୂର୍ଣ୍ଣ ଚନ୍ଦ୍ର ମାଝି, ଯୋଗାଣ ସହାୟକ କ୍ଷୀରୋଦ ଚନ୍ଦ୍ର ନାୟକ, ଏସିଏମ୍ ହେମନ୍ତ ରାଉତ, ଜିଓ ଟେକର ମନୋଜ ରାଉତ, ଧନେଶ୍ଵର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।