ଚକାଡୋଳା ସାହିତ୍ୟ ଆସର ପରିବାର ପକ୍ଷରୁ କବିତା ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ଭଦ୍ରକ ଜିଲ୍ଲା ଧାମନଗର ସ୍ଥିତ ଚକାଡୋଳା ସାହିତ୍ୟ ଆସର ପରିବାର ତରଫରୁ ଏକ ସ୍ୱତନ୍ତ୍ର କବିତା ଆସର ‘ସ୍ୱତନ୍ତ୍ର ମୋ ଉତ୍କଳ ଭୂଇଁ’ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗୀତାରେ ୪୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀତାରେ ପ୍ରତିଯୋଗୀଙ୍କ ମଧ୍ୟରେ କଟକରୁ ହେମନ୍ତ କୁମାର ସାହୁ, ଭଦ୍ରକରୁ ସୁବାସ ଚନ୍ଦ୍ର ମଲ୍ଲିକ, କୋରାପୁଟରୁ ଚନ୍ଦ୍ରକଳା ଦେବୀ, ଭଦ୍ରକରୁ କୈଳାଶ ବେହେରା, ନୂଆପଡାରୁ ମାଧବ ମାଝୀ, ବଲାଙ୍ଗୀରରୁ ଶୁଭ୍ରାଂଶୁ ଭୂଷଣ ମେହେର, ଯାଜପୁରରୁ କାଙ୍ଗାଳୀ ଚରଣ ସେଠୀ, ବଲାଙ୍ଗୀରରୁ ଶରତ ମନହିରା, ବରଗଡରୁ ଦୟାନିଧି ମହାପାତ୍ର, ଯାଜପୁରରୁ ସୁରେନ୍ଦ୍ର କୁମାର ବେହେରା, ନବରଙ୍ଗପୁରରୁ ଉର୍ମିଳା ମହାପାତ୍ର, କଟକରୁ ଅମରାନନ୍ଦ ନାୟକ, ଭଦ୍ରକରୁ ଅନନ୍ତ କୁମାର, କନ୍ଧମାଳରୁ ବୈଜୟନ୍ତୀ ମାଳା ମହାପାତ୍ର, କେନ୍ଦ୍ରାପଡ଼ାରୁ ନିଶିଥ୍ ଚକ୍ରବର୍ତ୍ତୀ, କେନ୍ଦୁଝରରୁ ରମେଶ କୁମାର ସାହୁ, ବେଣୁଧର ସୂତାର, ସୁନ୍ଦରଗଡ଼ରୁ ରଞ୍ଜୁଲତା ପାଢୀ, ଜଗତସିଂହପୁରରୁ ରଞ୍ଜିତା ସାହୁ, ଯାଜପୁରରୁ ଶରତ ଚନ୍ଦ୍ର ପଣ୍ଡା, କୋରାପୁଟରୁ ମିନତି ସାହୁ, ଭଦ୍ରକରୁ ରାଖାଲ ଚନ୍ଦ୍ର ସ୍ବାଇଁ, ‌କଟକରୁ ସଫଳା ଦାସ, କୋରାପୁଟରୁ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ, ଜଗତସିଂହପୁରରୁ ଅପରାଜିତା ପରିଡା, ଯାଜପୁରରୁ ସୁମିତ୍ରା ମିଶ୍ର, ଗଞ୍ଜାମରୁ ଅଜିତ କୁମାର ତ୍ରିପାଠୀ, ନୟାଗଡରୁ ଅଶୋକ କୁମାର ନାୟକ, କଟକରୁ ଚିତ୍ତରଞ୍ଜନ ନନ୍ଦ, ଭଦ୍ରକରୁ ରମାକାନ୍ତ ନାୟକ, କଳାହାଣ୍ଡିରୁ ପ୍ରତାପ କେଶରୀ ସାହୁ, ପୁରୀରୁ ସରୋଜିନୀ ମିଶ୍ର, କେନ୍ଦ୍ରାପଡ଼ାରୁ ମନୋଜ କୁମାର ଦାସ, ଯାଜପୁରରୁ ପୁଷ୍ପଲତା ଜେନା, କୋରାପୁଟରୁ ପଦ୍ମିନୀ କର୍କରା, ଅନୁଗୋଳରୁ ସୁବ୍ରତ କୁମାର ପ୍ରଧାନ, କୋରାପୁଟରୁ ପ୍ରକାଶ କୁମାର ମିଶ୍ର, କନ୍ଧମାଳରୁ ରୋହିତ ସେଠୀ ପ୍ରମୁଖ ଭାଗ ନେଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ପ୍ରଭାତ କୁମାର ମଲ୍ଲିକ, ସହ ସମ୍ପାଦିକା ସରୋଜିନୀ ମିଶ୍ର, ସଭାପତି ଡ଼ଃ. ରମାକାନ୍ତ ନାୟକ, ଉପସଭାପତି ଅବିନାଶ ମହାପାତ୍ର, ମୁଖ୍ୟ ମାର୍ଗଦର୍ଶିକା ସୀମା ସୀମା, ମୁଖ୍ୟ ଉପଦେଷ୍ଟା ସୁବାସ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ଆଭାସୀ ଜରିଆରେ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରିଥିଲେ । ଏହି କ୍ରମରେ କୋରାପୁଟର କବି ତଥା ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ମଧ୍ୟ ପ୍ରଶଂସା ପତ୍ର ପ୍ରାପ୍ତ ହୋଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.