ରାଜ୍ୟ ସ୍ତରୀୟ ଜୈବ ବିବିଧତା ଓ ସମୁଦାୟ ସତର୍କତା କର୍ମଶାଳା

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ହେମନ୍ତ ସାହୁ): ସ୍ଵେଛାସେବୀ ଅନୁଷ୍ଠାନ ସେବା ଜଗତର ବୁରାଟ ସ୍ଥିତ ତାଲିମ କେନ୍ଦ୍ର ଠାରେ ଦୁଇ ଦିନିଆ ‘ରାଜ୍ୟ ସ୍ତରୀୟ ଜୈବ ବିବିଧତା ଓ ସମୁଦାୟ ସତର୍କତା କର୍ମଶାଳା’ ଉଦଘାଟିତ ହୋଇଯାଇଛି । ଏନେଇ ଆୟୋଜିତ ଭବ୍ୟ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ତହସିଲଦାର ସୁଶ୍ରୀ ସୁଚରିତ ମୁଗ୍ରୀ ଯୋଗାଦେଥିବା ବେଳେ ରାଜ୍ୟସ୍ୱ ପରିଦର୍ଶକ ତପୋବନ ବାରିକ, ଏଫଇଏସ ଭୁବନେଶ୍ୱର ପ୍ରଦୀପ ମହାରଣା, ଧରିତ୍ରୀ ଅନୁଷ୍ଠାନ ଆନ୍ଦ୍ରପ୍ରଦେଶର ନାନା ଜୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସେବା ଜଗତର ସଂପାଦକ ସେତନାରୟଣ ପଟ୍ଟନାୟକ ପରିଚାଳନା କରିଥିଲେ । ଏଥିରେ ଫାଗୋ ନେଟୱାର୍କ ସହିତ ଜଡିତ ଥିବା ଓଡିଶା ରାଜ୍ୟର ୧୧ ଟି ଜିଲ୍ଲାର ମୋଟ ୬୦ ଜଣ କର୍ମକର୍ତ୍ତା ଓ ପ୍ରତିନିଧି ଯୋଗଦାନ କରିଥିଲେ । କର୍ମଶାଳାରେ ଜୈବ ବିବିଧତାର ସୁରକ୍ଷା ଓ ପରିଚାଳନା ବିଷୟରେ ଆଲୋଚନା କରାଯାଇ, ଯାହା ସରକାରୀ ସ୍ତରରେ ଥିବା ଯୋଜନା, ଆଇନର କାର୍ଯ୍ୟକାରିତାକୁ କିପରି ଗାଁ ସ୍ତରରେ ପହଁଞ୍ଚି ପାରିବ ସେ ସମ୍ପର୍କରେ ତର୍ଜମା କରାଯିବ ‌। ପୂର୍ବରୁ ଗାଁ ସ୍ତରରେ ଥିବା ପାରମ୍ପରିକ ଜ୍ଞାନ କୌଶଳ, ସାଂସ୍କୃତିକ ଓ ଚଳଣିକୁ କିପରି ଉଦଜୀବିତ କରାଯାଇ ଓ ଏଥିରେ ତୃଣମୂଳ ସ୍ତରରେ କ’ଣ କରାଯାଇ ପାରିବ ତାହାର ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.