ରୁପ୍ରାରୋଡରେ ମହାବୀର ହନୁମାନଙ୍କ ଜନ୍ମୋତ୍ସବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ଠାରେ ମହାବୀର ହନୁମାନ ଜନ୍ମୋତ୍ସବ ଧୁମ୍ ଧାମରେ ପାଳନ କରାଯାଇଛି । ବିଗତ ଦୁଇ ବର୍ଷ ଧରି ଅଞ୍ଚଳରେ କରୋନା କଟକଣା ଯୋଗୁଁ ଏଭଳି କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ନ ଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମହାବୀର ହନୁମାନ ଜନ୍ମୋତ୍ସବ ଅନୁଷ୍ଠିତ ହୋଇଛି । ରୁପ୍ରାରୋଡ଼ ଦୁର୍ଗାମଣ୍ଡପ ପରିସରରେ ଥିବା ହନୁମାନ ମନ୍ଦିରରୁ ଶତାଧିକ ଭକ୍ତ ଏକ ଭବ୍ୟ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲେ । ରୁପ୍ରାରୋଡ଼ର ପୁରୁଷ ଭକ୍ତ ମାନଙ୍କ ସହିତ ବହୁ ସଂଖ୍ୟାରେ ମହିଳା ଭକ୍ତ ମାନେ ମଧ୍ୟ ଏହି ଶୋଭାଯାତ୍ରାରେ ଯୋଗଦେଇଥିଲେ । ଜୟ ଶ୍ରୀ ରାମ ଏବଂ ଜୟ ହନୁମାନ ନାରା ଲଗେଇବା ସହିତ ସମୂର୍ଣ୍ଣ ରୁପ୍ରାରୋଡ଼ ନଗରକୁ ଭଗବାମୟ କରି ଦେଇଥିଲେ । ଜୟ ହନୁମାନ ଧ୍ବନୀ ଦେଇ ରୁପ୍ରାରୋଡ ବଜରଂଗ ଦଳ ତରଫରୁ ମଧ୍ୟ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭଯାତ୍ରାରେ ହଜାର ହଜାର ବଜରଂଗ ଦଳର ସମର୍ଥକ ଓ ଭକ୍ତ ମାନେ ଏକତ୍ରିତ ହୋଇ ହନୁମାନ ମଦିରରେ ପୂଜାର୍ଚ୍ଚନା କରି ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ବେଶରେ ସଜ୍ଜିତ ହୋଇ ନଗର ପରିକ୍ରମା କରି ତାଙ୍କର ଶକ୍ତି ପ୍ରଦର୍ଶନ କରିଥିଲେ । ଶହ ଶହ ସଂଖ୍ୟାରେ ମହିଳା ଭକ୍ତ ମାନେ ହାତରେ ଗେରୁଆ ରଙ୍ଗର ଭାଗବା ଧ୍ୱଜ ଧରି ଅନେକ ଉତ୍ସାହର ସହ ଏହି ଶୋଭା ଯାତ୍ରାରେ ସାମିଲ ହୋଇଥିଲେ । ହନୁମାନ ଜୟନ୍ତୀ କମିଟିର ସଦସ୍ୟ ରତନ ଅଗ୍ରୱାଲଙ୍କ ସମେତ ଦିନେଶ କୁମାର ଅଗ୍ରୱାଲ, ଧୀରେନ୍ଦ୍ର ଖେତାନ, ନିରଜ୍ ଶର୍ମା, ଆଲୋକ ଅଗ୍ରୱାଲ, ସୁମିତ୍ ଅଗ୍ରୱାଲ, ଅମିତ୍ ଅଗ୍ରୱାଲ, ଚନ୍ଦନ ମହାନ୍ତି, ପାର୍ଥ ଦତ୍ତା, ଅଜୁ ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଷ୍ଣୁ ଶର୍ମା ପୂଜକ ଭାବରେ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.