ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରିକ୍ଷା : ଗୋଲାମୁଣ୍ଡା ବ୍ଲକରେ ୭୪୧ ପରିକ୍ଷାର୍ଥୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ଠାରୁ ଯୁକ୍ତ ଦୁଇ ପରିକ୍ଷା ଆରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଆଜି ସମୁଦାୟ ୭୪୧ ଜଣ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରିକ୍ଷାର୍ଥୀ ପରିକ୍ଷା ଦେଇଛନ୍ତି । ଗୋଲାମୁଣ୍ଡା ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୯୩ ଜଣ ରେଗୁଲାର ଓ ୨୧ ଜଣ ଏକ୍ସ ରେଗୁଲା ପରିକ୍ଷାର୍ଥୀ ପରିକ୍ଷା ଦେଇଥିବା ବେଳେ ୯ ଜଣ ବାଣିଜ୍ୟ ବିଭାଗରେ ପରିକ୍ଷା ଦେଉଛନ୍ତି । ଠିକ ସେହିପରି ଆଞ୍ଚଳିକ ବସ୍ତରେଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାନଚେରଗାଁରେ ୨୨୬ ଜଣ ରେଗୁଲାର ଓ ୩୩ ଜଣ ଏକ୍ସ ରେଗୁଲାର ପରିକ୍ଷାର୍ଥୀ ପରିକ୍ଷା ଦେଉଛନ୍ତି । ମହାଲିଙ୍ଗ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିକ୍ଷା ଦେଉଛନ୍ତି ସ୍ଥାନୀୟ ଅଞ୍ଚଳର ୨୭୭ ଜଣ ଛାତ୍ରଛାତ୍ରୀ । ମହାଳିଙ୍ଗଠାରେ ଚପ୍ରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୪ ଜଣ ରେଗୁଲାର ଓ ୬ ଜଣ ଏକ୍ସ ରେଗୁଲାର ପରିକ୍ଷାର୍ଥୀ ପରିକ୍ଷା ଦେଉଛନ୍ତି । ଗରଗାବ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୧୧୪ ଜଣ ରେଗୁଲାର ଓ ୧୯ ଜଣ ଏକ୍ସ ରେଗୁଲାର ପରିକ୍ଷାର୍ଥୀ ପରିକ୍ଷା ଦେଉଛନ୍ତି ଓ ଠିକ ସେହିପରି କୁହୁରା ବିଣାପାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୮୦ ଜଣ ରେଗୁଲାର ଓ ୧୪ ଜଣ ଏକ୍ସ ରେଗୁଲାର ପରିକ୍ଷାର୍ଥୀ ପରିକ୍ଷା ଦେଉଛନ୍ତି । ଚିଚିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫୬ ଜଣ ରେଗୁଲାର ଓ ୨୬ ଜଣ ଏକ୍ସ ରେଗୁଲାର ପରିକ୍ଷାର୍ଥୀ ପରିକ୍ଷା ଦେଉଛନ୍ତି । କୋଭିଡ କଟକଣା ଥିବାରୁ ଛାତ୍ରଛାତ୍ରୀମାନେ ମାସ୍କ ଓ ସେନିଟାଇଜର ବ୍ୟବହାର କରି ପରିକ୍ଷା ଦେଉଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.