ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଦୁଇ ମହାପୁରୁଷଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ୪୨ମୌଜା ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ନୃସିଂହ ଆନନ୍ଦ ସ୍ମୃତି ପୂଜ୍ୟପୂଜା ଭବନ ପଟଣା ଠାରେ ସଭାପତି ଇ° ଅଶୋକ କୁମାର ବିଶ୍ଵାଳଙ୍କ ସଭାପତିତ୍ବରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରିଣୀ ଉର୍ମିଳା ମହାନ୍ତି, ମୁଖ୍ୟ ବକ୍ତା, ପ୍ରାଧ୍ୟାପକ ସେକ୍ କଲିମୁଲ୍ଲା, ସମ୍ମାନୀୟ ଅତିଥି ମୁଖ୍ୟ ଉପଦେଷ୍ଟା ସରୋଜ ନଳିନୀ ପରିଜା, ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସ ଓ ବେଣ୍ଟକାର ପଞ୍ଚାୟତ ସମିତି ସଭ୍ୟ ବିନୋଦ ବେହେରା ପ୍ରମୁଖ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଆଲୌକିତ ପ୍ରତିଭା ଓ ସମାଜ ପ୍ରତି ତାଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।

Udyog Nursery
Udyogi Nursery

ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ରାମଚନ୍ଦ୍ର ଗୋଛାୟତ, ବରିଷ୍ଠ ସଦସ୍ୟ ପ୍ରଭାତ କୁମାର ଖଟୁଆ, ଉପେନ୍ଦ୍ର ବାରିକ, କାର୍ତ୍ତିକ ଦାସ, ଭାସ୍କର ଦାସ, ଅସୀମ ରଞ୍ଜନ ଦାସ, ଆଶିଷ ମହାନ୍ତି, ଶୁଭେନ୍ଦୁ ଦାସ ମହାପାତ୍ର, ଶ୍ରାବନ୍ତିକା ମହାନ୍ତି, ପୂର୍ଣ୍ଣଚନ୍ଦ୍ର ରାଉତରାୟ, ଅଚ୍ୟୁତାନନ୍ଦ ଦାସ, ବିଭୁ ରଞ୍ଜନ ଦାସ, ହୃଦାନନ୍ଦ ଦାସ, ଋଷି କାଣ୍ଡି, ଅଜୟ କୁମାର ସାହୁ, ମାଧବ ପରିଡ଼ା ଓ ଶଙ୍କର ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.