ସଂସ୍କୃତ ଶିକ୍ଷକ ପ୍ରଦିପ୍ତ ଷଡଙ୍ଗୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ପଞ୍ଚାୟତ ସମିତି ହାଇସ୍କୁଲର ସଂସ୍କୃତ ଶିକ୍ଷକ ପ୍ରଦୀପ୍ତ କୁମାର ଷଡ଼ଙ୍ଗୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସେ ଦୀର୍ଘ ୩୫ ବର୍ଷ ହେବ ସଂସ୍କୃତ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ। ସେ ୧୯୮୬ ମସିହାରେ ଏହି ବିଦ୍ୟାଳୟରେ ଯୋଗ ଦେଇ ସଂସ୍କୃତ ଶିକ୍ଷା ପ୍ରଦାନ କରୁଥିଲେ। ଉତ୍ତମ ଶିକ୍ଷାଦାନ ଏବଂ ଆମୟିକ ବ୍ୟବହାର ଯୋଗୁଁ ସେ ଛାତ୍ରଛାତ୍ରୀ, ଅବିଭାବକ ଏବଂ ସହକର୍ମୀମାନଙ୍କ ପ୍ରିୟପାତ୍ର ଥିଲେ। ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ଷଢଙ୍ଗୀଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଅବସର ପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ପଶା, ବସନ୍ତ ପଟ୍ଟନାୟକ, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ, ଅମ୍ବିଲାଲ ସାହୁ, ଶାନ୍ତନୁ ପଧାନ ପ୍ରମୁଖ ଉପସ୍ଥିତ ଥିଲେ। ବିଦାୟ ବେଳେ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ତାଙ୍କ ନିଜ ବାସଭବନକୁ ନେଇ ଛାଡିଥିଲେ। ଶେଷରେ ଶିକ୍ଷକ ଶ୍ରୀ ଷଡଙ୍ଗୀ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ପାଠ ପଢି ନିଜ ଗାଁ, ପଞ୍ଚାୟତ, ବ୍ଲକ ଓ ସ୍କୁଲର ନାଁ ରଖିବ ବୋଲି କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.