ଶିରାବାହାଲରେ ପୋଢ଼ ବଳି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ପବିତ୍ର ଅକ୍ଷୟ ତୃତୀୟାରେ ପଡିଛି ପୋଢ଼ ବଳି । ଆଦିବାସୀଙ୍କ ଭକ୍ତି ଓ ବିଶ୍ୱାସ ତଥା ଗ୍ରାମବାସୀଙ୍କ ସମ୍ମିଲିତ ସହଯୋଗରେ ଗ୍ରାମର ମଙ୍ଗଳ ଓ କୃଷିର ଉର୍ନ୍ନତି ପାଇଁ ଗ୍ରାମର ଧରଣୀ ପୀଠରେ ସ୍ୱତନ୍ତ୍ର ପୂଜାର୍ଚନା ସହ ଗାଁ ଶେଷ ମୁଣ୍ଡରେ ପୋଢ଼ ବଳି ଦିଆଯାଇଥାଏ । ସେଭଳି ପୋଢ଼ମରା ଉତ୍ସବ ଆଜି କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ଶିରାବାହାଲ ଗ୍ରାମରେ ଦେଖିବାକୁ ମିଳିଛି । ବିଭିନ୍ନ ଗ୍ରାମରୁ ଜାନି, ଝାଙ୍କର ମାନେ ଆସି ଏକତ୍ରିତ ହୋଇଥିଲେ । ଗତକାଲି ଠାରୁ ଗାଁରେ ଆରମ୍ଭ ହୋଇଥିଲା ଉତ୍ସବର ମାହୋଲ ।‌ ଗତକାଲି ଗାଁରେ ପୂଜା ଓ ଡକା ଦିଆଯାଇଥିଲା । ଆଦିବାସୀଙ୍କ ସହ ଅଣଆଦିବାସୀ ମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଆଜି ସକାଳେ ପୋଢ଼କୁ ଢ଼ାପ ବାଜା ତାଳେ ତାଳେ ଗ୍ରାମ ପରିକ୍ରମା କରାଗଲା ପରେ ବଳି ପୀଠକୁ ଅଣାଯାଇଥିଲା ଓ ବଲାଙ୍ଗୀର ଜିଲ୍ଳାରୁ ଆସିଥିବା ଜାନିଙ୍କ ଦ୍ୱାରା ବଳି ଚଢ଼ା ଯାଇଥିଲା । ଏହା ଦେଖିବା ପାଇଁ ଶତାଧିକ ଲୋକ ଉପସ୍ଥିତ ଥିଲେ ଓ ପୋଲିସ ପକ୍ଷରୁ ରିଷିଡା ଫାଣ୍ଡିଅଧିକାରୀ କ୍ଷୀରସିନ୍ଧୁ ମାଝୀଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳା ପାଇଁ ସଦଳବଳେ ମୁତୟନ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.