ମାଁ ମୁତ୍ୟାଲୁଙ୍କ ଘଟଯାତ୍ରା ଆଜିଠାରୁ ଆରମ୍ଭ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲା ଟାଉନ ପୂଜା କମିଟି ତରଫରୁ ଅଧିଷ୍ଠାତ୍ରୀ ଦେବୀ ମାଁ ମୁତ୍ୟାଲୁଙ୍କ ଘଟଯାତ୍ରା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଏହି ଯାତ୍ରା ୯ଦିନ ଧରି ଚାଲିବ । କରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ପରେ ଘଟଯାତ୍ରା ହେଉଥିବାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଟାଉନ ପୂଜା କମିଟିର ସଭାପତି ତଥା କୋରାପୁଟ ବିଧାୟକ ରଘୁରାମ ପଡାଲ୍, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ୍ ରଞ୍ଜନ ସେଠୀ ଓ କାଉନସେଲର ମାନେ ମାଁଙ୍କ ଘଟ ଆଣିବା ସମୟରେ ଉପସ୍ଥିତ ଥିଲେ । ୯ ଦିନ ଧରି ମାଁ ମୁତ୍ୟାଲୁମାଁ କୋରାପୁଟ ସହରର ଘରକୁ ଘର ଯାଇ ଭୋଗ ଏବଂ ନୈବେଦ୍ୟ ଗ୍ରହଣ କରିବେ । ଘଟ ଅଣାଯିବା ସମୟରେ ପ୍ରବଳ ଜନ ସମାଗମ ଲାଗି ରହିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.