ଥୁଆମୂଳ ରାମପୁର ବ୍ଳକ ଠାରେ ଜେଏମଏଫସି କୋର୍ଟ ଉଦଘାଟନ

ଓଡ଼ିଆ ବାର୍ତ୍ତା/ ଥୁଆମୂଲ ରାମପୁର (ଦୁର୍ଗା କିର୍ତ୍ତୀ): କଳାହାଣ୍ଡି କିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦରମହକୁମାରେ ଠାରେ ଆଜି ସିଭିଲ ଜର୍ଜ (ଜେଆର ଡିଭିଜନ) ଅନ୍ତର୍ଭୁକ୍ତ ଜେଏମ୍ଏଫ୍ସି କୋର୍ଟ ହାଇକୋର୍ଟର ମୂଖ୍ଯ ବିଚାରପତି ଏସ୍. ମୂରଳୀଧରଙ୍କ ଦ୍ବାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାନ୍ଯବର ଜିଲ୍ଲା ଦୌରା ଜର୍ଜ ଶ୍ରୀଯୁକ୍ତ ଦୀପ୍ତି ରଞ୍ଜନ କାନୁଗୋଙ୍କ ଦ୍ବାରା ଉଦଘାଟନ ହୋଇଯାଇଛି।

ଏହି ଉଦଘାଟନୀ ଉତ୍ସବରେ ଭବାନୀପାଟଣା କୋର୍ଟ ବାର ଆସୋସିଏସନର ଆଇନଜୀବୀ ମାନସ ରଞ୍ଜନ ମହାନ୍ତି, ଯଯୋବନ୍ତ ନାଏକ, ଥୁଆମୂଳ ରାମପୁର ବ୍ଳକର ଆଇନଜୀବୀ ମନୋରଞ୍ଜନ ନାଏକ, ମୂରଳୀ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଉଦଘାଟନୀ ଉତ୍ସବରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଯୋଗଦାନ କରିଥିବାବେଳେ ଥୁଆମୂଳ ରାମପୁର ବ୍ଳକର ନବନିର୍ବାଚିତ ବ୍ଳକ ଅଧ୍ଯକ୍ଷ ଦୟାନିଧି ମାଝୀ, ଜିଲ୍ଲା ଓକିଲ ସଙ୍ଘର କର୍ମକର୍ତ୍ତାଙ୍କ ସମେତ୍ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ।

ନ୍ଯାୟପାଇବା ପାଇଁ ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ଲୋକେ ଦୀର୍ଘ ୧୦୦ ରୁ ୧୩୦ କିଲୋମିଟର ଦୂର ଭବାନୀପାଟଣା ସହରକୁ ଯିବାକୁ ପଡୁଥିଲେ। ଯାହାଫଳରେ ବିଭିନ୍ନ ପ୍ରକାରର ଅସୁଧାର ସମ୍ମୁଖୀନ ହେଉଥିଲେ। ବହୁ ଦିନରୁ ଏହି ବ୍ଳକରେ ଏକ କୋର୍ଟ ସ୍ଥାପନ ନେଇ ଦାବି କରିଆସୁଥିଲେ।ଶେଷରେ ମଙ୍ଗଳବାର ମଇ ୩ରେ ଉଦଘାଟିତ ହୋଇଯାଇଛି। ବହୁଦିନ ପରେ କୋର୍ଟ ସ୍ଥାପନ ହେବା ହେତୁ ଅଞ୍ଚଳରେ ଖୁସିର ବାତାବରଣ ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.