ମେଧା ବୃତ୍ତି ପରୀକ୍ଷାରେ ମ.ରାମପୁର ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରୀ ପ୍ରତ୍ୟାଶା ପ୍ରିୟଦର୍ଶିନୀଙ୍କ କୃତିତ୍ବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଶିକ୍ଷା ବିକାଶ ସମିତି ଓଡିଶା ଦ୍ୱାରା ପରିଚାଳିତ ହେଉଥିବା ପଞ୍ଚମ ଶ୍ରେଣୀ ପ୍ରାଦେଶିକ ଭାରତୀକୃଷ୍ନ ଗଣିତ ମେଧା ବୃତ୍ତି ପରୀକ୍ଷାରେ ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ପ୍ରତ୍ୟାଶା ପ୍ରିୟଦର୍ଶିନୀ ହୋତା ସଫଳତା ପାଇଛନ୍ତି । ପିତା ଶିକ୍ଷକ ମୁକେଶ କୁମାର ହୋତା ଓ ମାତା ସ୍ୱରୂପା ରାଣୀ ହୋତାଙ୍କ କନ୍ୟା ସାରା ଓଡ଼ିଶାରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ୮ମ ସ୍ଥାନ ପାଇବ ନିଜ ସ୍କୁଲ ଓ ଗାଁ ପାଇଁ ଗୌରବ ଆଣି ଦେଇଛ୍ତନ୍ତି । ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଏହି କୃତିତ୍ୱ ପାଇବାରେ ସେ ପ୍ରଥମ ଛାତ୍ରୀ । ସେ ବର୍ତ୍ତମାନ ଓଡିଶା ଆଦର୍ଶ ବିଦ୍ୟାଳୟ ମଦନପୁରର ଷଷ୍ଠ ଶ୍ରେଣୀର ଛାତ୍ରୀ । ପ୍ରତ୍ୟାଶା ପ୍ରିୟାଦର୍ଶିନୀ କୁନି ପ୍ରତିଭା ଭାବରେ ଏକାଧାରରେ ଜଣେ ଭଲ ବକ୍ତା, କଣ୍ଠ ଶିଳ୍ପୀ ଓ ନୃତ୍ୟ ଶିଳ୍ପୀ ଭାବରେ ଅଞ୍ଚଳରେ ପରିଚିତ । ପ୍ରଧାନ ଆଚାର୍ଯ୍ୟ ତାଙ୍କୁ ମିଷ୍ଟାନ୍ନ ଖୁଆଇ ଶୁଭେଚ୍ଛା ଜଣାଇବା ସହିତ ପିତାମାତା ଏବଂ ଅନ୍ୟାନ୍ୟ ଗୁରୁଜୀ ଓ ଗୁରୁମା ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରି ଶୁଭେଛା ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.