କାଳବୈଶାଖୀ ପ୍ରଭାବରେ ରେଙ୍ଗସାପାଲି ଅଞ୍ଚଳର ୫୦%ରୁ ଅଧିକ କଦଳୀ ଫସଲ ନଷ୍ଟ, କ୍ଷତିପୂରଣ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସାପାଲି ଗ୍ରାମ ପଞ୍ଚାୟତ ଅଧୀନ କରପା, ରେଙ୍ଗସାପାଲି, ପିତାଗୁଡା, ପଦ୍ମପୁର ଗ୍ରାମରେ ୨୫୦ ଏକରରୁ କଦଳୀ ଚାଷ କରି ଭଲ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ । କାଳବୈଶାଖୀ ପ୍ରଭାବରେ ରେଙ୍ଗସାପାଲି ଅଞ୍ଚଳର ୭୦ ରୁ ଅଧିକ କଦଳୀ ଚାଷୀଙ୍କ ୨୦୦ଏକର ଅଧିକ କଦଳୀ ଫସଲ ନଷ୍ଟ ହୋଇଯାଇଛି। ରେଙ୍ଗସାପାଲି ଗ୍ରାମର ଚୁଡାମଣି ବେହେରା, ଧ୍ରୁବ ବେହେରା, କୃଷ୍ଣ ରଣା, ତରୁଣ ସାହୁ, ବରୁଣ ସାହୁ, ରମେଶ ପ୍ରଧାନ, ରାଧାମୋହନ ଗଡ଼ତିଆ, ପିତଗୁଡା ଗ୍ରାମର ଗରିବ କଟା, ଦେବେନ୍ଦ୍ର ସାହୁ, ପବିତ୍ର ବେହେରା, ପୃଥ୍ୱୀରାଜ ସାହୁ, ବନବାସ ବୁଦ୍ଧିଆ, କରପା ଗ୍ରାମର ସାନ ମାଝୀ, ପ୍ରଦୀପ ଖନସମା ଓ ପଦ୍ମପୁର ଗ୍ରାମର ସୁବାସ ପ୍ରଧାନ, ରବୀନ୍ଦ୍ର ପ୍ରଧାନ ଓ ଭିକାରୀ ପ୍ରଧାନଙ୍କର କଦଳୀ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ଅଭିଯୋଗ ସତ୍ତ୍ୱେ ଉଦ୍ୟାନ ବିଭାଗ ଏଯାଏଁ କ୍ଷେତ୍ର ପରିଦର୍ଶନ କରିନଥିବାରୁ ଚାଷୀ ମାନଙ୍କ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏଣୁ ଉଦ୍ୟନ ବିଭାଗ ପକ୍ଷରୁ ଚାଷୀଙ୍କ କଦଳୀ ବଗିଚାକୁ ପରିଦର୍ଶନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବା ପାଇଁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.