‘ବ୍ୟକ୍ତି ସ୍ତରରେ ସଚେତନତା ହିଁ ଏକ ସୁସ୍ଥ ଓ ତମାଖୁ ମୁକ୍ତ ସମାଜ ଗଠନରେ ସହାୟକ ହେବ’

ନାଇକେନପାଲିରେ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସୋନପୁର: ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ବ୍ଲକସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ବ୍ଲକ ତାଲିମ କେନ୍ଦ୍ରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ଅଧ୍ୟକ୍ଷତା କରି ତମାଖୁ ସେବନ କେବଳ ବ୍ୟକ୍ତିଗତ କ୍ଷତି ନୁହେଁ ବରଂ ସମଗ୍ର ପରିବେଶ ପାଇଁ ଏକ ଆତଙ୍କ ବୋଲି ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି ଭାବେ ଡାକ୍ତର ପୂଜାଶ୍ରୀ ମିଶ୍ର ଯୋଗଦେଇ ବ୍ୟକ୍ତି ସ୍ତରରେ ସଚେତନତା ହିଁ ଏକ ସୁସ୍ଥ ଓ ତମାଖୁ ମୁକ୍ତ ସମାଜ ଗଠନରେ ସହାୟକ ହେବ ବୋଲି କହିଥିଲେ। ଏହି ଅବସରରେ ତମାଖୁ ବର୍ଜନ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ସ୍ଵାସ୍ଥ୍ୟ ଅଧିକାରୀ ଏବଂ କର୍ମଚାରୀମାନେ ଶପଥ ପାଠ କରିଥିଲେ। ସ୍ଵାସ୍ଥ୍ୟ ଶିକ୍ଷା ବିଶେଷଜ୍ଞ ତଥା ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଆୟୁଷ ଡାକ୍ତର ସରୋଜ ପଟେଲ, ବିପିଏମ ଅଶୋକ ମିଶ୍ର, ବିଏଏମ୍ ସୁଜିତ ସାହୁ, ସ୍ଵାସ୍ଥ୍ୟ ପରିଦର୍ଶକ ସୀମାଞ୍ଚଳ ଦାଶ, ସ୍ଵାସ୍ଥ୍ୟକର୍ମୀ ସରୋଜ ଗାନଙ୍କ ସମେତ ଡାକ୍ତରଖାନାର କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଠିକ ସେହିପରି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ସମସ୍ତ ସ୍ଵସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଆଜି ଏହି ଦିବସ ପାଳିତ ହୋଇଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ଗତ ୨୫ ତାରିଖରେ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ତମାଖୁ ବର୍ଜନ ପାଇଁ ଏକ ରାଲିର ଆୟୋଜନ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.