କଳାହାଣ୍ଡି ପୋଲିସ ପକ୍ଷରୁ କେସିଙ୍ଗା ଆଦର୍ଶ ଥାନାରେ ରକ୍ତ ଦାନ ଶିବିର

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଏକ ମହତ ଉଦ୍ଦେଶ୍ୟ ନେଇ କେସିଙ୍ଗା ଆଦର୍ଶ ଥାନା ପରିସରରେ କଳାହାଣ୍ଡି ପୋଲିସ ପକ୍ଷରୁ ସ୍ବଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏସ.ଡ଼ି.ପି.ଓ ଅଭିନାଶ ଶୋଭଙ୍କରଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ରକ୍ତଦାନ ଶିବିରରେ ମୋଟ ୫୮ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ଶିବିରରେ ପୋଲିସ କର୍ମଚାରୀ, କେସିଙ୍ଗା ଥାନା ଅଞ୍ଚଳର ଯୁବାବର୍ଗ, ସାମ୍ବାଦିକ ଓ ଜଣେ ଦିବ୍ୟାଙ୍ଗ ଯୁବକ ଜତୀନ୍ଦ୍ର ରଞ୍ଜନ ମଲ୍ଲିକ ମଧ୍ୟ ରକ୍ତ ଦାନ କରିଥିଲେ। ସମସ୍ତ ରକ୍ତଦାତାଙ୍କୁ କେସିଙ୍ଗା ଆଦର୍ଶ ଥାନା ଆଇଆଇସି ଏସ.କେ ନନ୍ଦ ପ୍ରଶଂସା କରିଛନ୍ତି। ଏହି ଅବସରରେ ଏସଡ଼ିପିଓ ଶୋଭଙ୍କର କହିଥିଲେ, ଏହି ଶିବିରରୁ ଯେଉଁ ରକ୍ତ ସଂଗ୍ରହ କରାଯାଉଛି ତାହା ଅନେକ ରୋଗୀଙ୍କ ସେବାରେ ଲାଗୁଛି। ପ୍ରତ୍ୟକ ମାସରେ କେସିଙ୍ଗ ଡିଭିଜନରେ ଥିବା ଉତ୍କେଲା, ପଲମ, ଏମ. ରାମପୁର ଥାନା ଏମିତି ଅନେକ ଥାନା ଓ ଫାଣ୍ଡି ମାନଙ୍କରେ ରକ୍ତଦାନ ଶିବିରର ଆୟୋଜନ କରାଯିବ। ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.