ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ସିନ୍ଧିକୁଳିହାରୀ ପମ୍ପ ହାଉସ ଠାରେ ଆଜି (୧୭/୬ ଶୁକ୍ରବାର) ଧର୍ମଗଡ଼ ବ୍ଲକ ମାଁ ଭଣ୍ଡାରଘରଣୀ ୱେବ ସାମ୍ବାଦିକ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଧର୍ମଗଡ଼ ମାଟିର ଇଷ୍ଟଦେବୀ ମାଁ ଭଣ୍ଡାରଘରଣୀଙ୍କ ପ୍ରତିମୂର୍ତ୍ତିରେ ଧୂପଦୀପ, ପୁଷ୍ପମାଲ୍ୟ ଦେଇ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ସଂଘର ଉପଦେଷ୍ଟା ସୁବାଷ ଚନ୍ଦ୍ର ବାଗ, ପ୍ୟାରିଲାଲ ଦୁର୍ଗା, ବିଶ୍ୱରଞ୍ଜନ ପାତ୍ର, ଘନଶ୍ୟାମ ଅଗ୍ରୱାଲ, ଜନ୍ମେଜୟ ନାଏକ ପ୍ରମୁଖ ଉପସ୍ଥିତ ରହି ନବ ନିର୍ବାଚିତ ଧର୍ମଗଡ଼ ୱେବ ସାମ୍ବାଦିକ ସଂଘ ସଭାପତି ଲଷ୍ମୀକାନ୍ତ ଧଙ୍ଗଡାମାଝୀ, ଉପସଭାପତି ସୁଧୀର ଗୋପାଳ, ସଂପାଦକ ଲବଣୀ ରାଉତ, ଯୁଗ୍ମ ସଂପାଦକ ନିରାକାର ଗୋପାଳ, କୋଷାଧ୍ୟକ୍ଷ କ୍ରିସ୍ନାଦାସ ନାଏକଙ୍କୁ ପୁଷ୍ପ ମାଲ୍ୟ ଓ ଉପଢ଼ୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଆଗାମୀ ଦିନରେ ସଂଘକୁ ସୁଦୃଢ଼ କରିବା ପାଇଁ ସଭାରେ ଆଲୋଚନା କରାଯାଇଥିଲା । ତେଜନ ଦୁର୍ଗା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସେତୁରାମ ଭକ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।