ରାହୁଲଙ୍କୁ ଇଡିଙ୍କ ଜେରା ପ୍ରସଙ୍ଗ: କେନ୍ଦ୍ର ସରକାର ବିରୁଦ୍ଧରେ ନର୍ଲା କଂଗ୍ରେସର ବିକ୍ଷୋଭ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଂଗ୍ରେସର ମହାସଚୀବ ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା ନେଇ ନର୍ଲା ବ୍ଲକ କଂଗ୍ରେସ ତରଫରୁ ଆଜି ରାଲି କରିବା ସହିତ ବିଭିନ୍ନ ଅଫିସ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଥିଲା । ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଇଡି କ୍ଷମତାର ଅପବ୍ୟବହାରକୁ ନେଇ ସାରା ଦେଶରେ କେନ୍ଦ୍ର ସରକାର ବିରୁଦ୍ଧରେ କଂଗ୍ରେସ୍ ବିକ୍ଷୋଭ ପ୍ରଦର୍ଶନ କରୁଛି । ଏହି କ୍ରମରେ ନର୍ଲା ବ୍ଲକ୍ କଂଗ୍ରେସ ସଭାପତି ସମୀର ଚାନ୍ଦଙ୍କ ନେତୃତ୍ୱରେ ନର୍ଲା ଜୋନ ୧ ର ସଭାପତି ବୀର ପାତ୍ର, ଜୋନ ୨ ର ସଭାପତି ତନୁ ମାଝୀ, ଜୋନ ୩ ର ସଭାପତି ପଦ୍ମଲୋଚନ ନାଏକ, ବରିଷ୍ଠ ସଦସ୍ୟ ରଜନୀ କୁମାର, ସୁଦାମ ପଧାନ ପ୍ରମୁଖ ନର୍ଲା ଚାରିଛକରୁ ଦଳୀୟ ପତକା ଧରି, କେନ୍ଦ୍ର ମୋଦି ସରକାରଙ୍କ ଆକ୍ରୋସ ମୂଳକ ନୀତି ବିରୁଦ୍ଧରେ ବିଭିନ୍ନ ସ୍ଲାଗାନ ମାନ ଦେଇ ନର୍ଲା ପୋଷ୍ଟ ଅଫିସ୍, ଅଭିଷେକ ଇଣ୍ଡେନ ଗେସ ଅଫିସକୁ ପଦଯାତ୍ରାରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନର୍ଲା ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଚାନ୍ଦ, ଜିଲ୍ଲା ଉପସଭାପତି ରଜନୀ କୁମାର, ସୁଦାମ ପଧାନ ପ୍ରମୁଖ କେନ୍ଦ୍ର ସରକାରଙ୍କ ଏତାଦୃଶା ନୀତିକୁ ହୀନ ରାଜନୀତି ବୋଲି ବିଦିତ କରିବା ସହ ଖୁବ ବର୍ଷିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.