ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୦୬ ନମ୍ବର ରାଜ୍ୟ ରାଜପଥର ଢେପଗୁଡ଼ା ଘାଟିରେ ଶୁକ୍ରବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ଏଟିଗା କାର୍ ଗଛରେ ପିଟିହେବା ଫଳରେ କାରଟି ସାମ୍ନା ପଟ ଚୁରମାର ହୋଇଯାଇଛି । ଏଥିରେ ଚାଳକ ଜଣକ ସାମାନ୍ୟ ଆହତ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନାନୁଯାୟୀ, ଭବାନୀପାଟଣାରୁ ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଟେ ଯାଉଥିବା ଓଡି-୦୮-ଏସ୍-୪୭୧୭ ନମ୍ବର ବିଶିଷ୍ଟ ଏଟିଗା କାରଟି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଢେପଗୁଡ଼ା ଘାଟିରେ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟିହେବା ଫଳରେ ଚାଳକ ଜଣକ ଏଥିରେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ତେବେ କାରଟି ସାମ୍ନା ପଟ ସଂପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି ।