ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଜାତୀୟ ରାଜପଥ-୨୬ ଭବାନୀପାଟଣା ଜୟପୁର ରାସ୍ତା ଅବରୋଧ କରି ଆଜି ରାଷ୍ଟ୍ରୀୟ ପରିବର୍ତ୍ତନ ମୋର୍ଚ୍ଚା, ବହୁଜନ କ୍ରାନ୍ତି ମୋର୍ଚ୍ଚା ଓ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଭାରତର ଏକଥା ଓ ଅଖଣ୍ଡତାକୁ ବିପଦରେ ପକାଉଥିବା ଶକ୍ତି ବିରୁଦ୍ଧରେ ଭାରତ ବନ୍ଦ କରାଯାଇଛି । ଦେଶର ଏକତା ଓ ଅଖଣ୍ଡତାକୁ ବଞ୍ଚାଇବା ପାଇଁ ସାମାଜିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଯେଉଁ ମାନେ ହିନ୍ଦୁ ମୁସଲମାନ ନାମରେ ଦେଶର ଏକତା ଓ ଅଖଣ୍ଡତାକୁ ଭଙ୍ଗ କରିବାକୁ ଷଡଯନ୍ତ୍ର କରୁଛନ୍ତି ସେହି ଶକ୍ତି ବିରୁଦ୍ଧରେ ବନ୍ଦ ପାଳନ କରାଯାଉଥିବା କହିଛନ୍ତି । ଆଜିର ଏହି ବନ୍ଦ ପାଳନ ଫଳରେ ସାଧାରଣ ଜନତା ହଇରାଣ ହେବା ସଙ୍ଗେ ସଂଗେ ଗାଡି ମୋଟର ଅଟକି ଥିବାରୁ ବହୁ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଘଟଣାସ୍ଥଳରେ ଆଇନ ଶୃଙ୍ଖଳା ପାଇଁ କୋକସରା ପୋଲିସ ଓ ମୋଟେର ଫାଣ୍ଡି ଅଧିକାରୀ ଅଜୟ ନାଏକ ଉପସ୍ଥିତ ରହିଥିଲେ । ତେବେ ୨ ଘଣ୍ଟା ରାସ୍ତା ଅବରୋଧ କରିବା ପରେ ଦିନ ୧୧ ଘଣ୍ଟାରେ ଆନ୍ଦୋଳନକାରୀମାନେ ରାସ୍ତାରୋକ ପ୍ରତ୍ୟାହୃତ କରିଥିଲେ, ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା । ମୋଟେର ଠାରେ ଭାରତ ବନ୍ଦ କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ପଛୁଆ ବର୍ଗ ଜିଲ୍ଲା ସଭାପତି ଆଦିତ୍ୟ ୟାଦବ, ପଛୁଆ ବର୍ଗ ବ୍ଲକ ସଭାପତି କ୍ଷୀରସିନ୍ଧୁ ବୋଡକିଆ, ବେରୋଜଗାର ମୋର୍ଚ୍ଚା ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ଗୋପାଳ, ଗୋପାଳ ଧଙ୍ଗଡା ମାଝୀ, ରମେଶ ବେମାଲ, ସୁଶାନ୍ତ ଚଳାନ,ପର୍ଶୁରାମ ଶବର, ଡମ ସିଂ, ବଳଦେବ ଜାଳ, ମୁନ୍ନା ହାତୀ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।