ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା, ଜଣେ ମୃତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଜକିକିଆ ନିକଟ ୫୯ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍ ଭାରସାମ୍ୟ ହରାଇ ରାସ୍ତା କଡ ଗାର୍ଡ ଓ୍ବାଲ୍ ସହ ଧକ୍କା ହେବା ଫଳରେ ଚାଳକଙ୍କ ମୃତ୍ୟୁ ହୋଇଛି । ଜାତୀୟ ରାଜପଥ ଦେଇ ନିଜ ଘରକୁ ଯିବାବେଳେ ଜକିକିଆ ନିକଟରେ ଭାରସାମ୍ୟ ହରାଇବା ଫଳରେ ବାଟାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁଷାଙ୍ଗିଆ ଗ୍ରାମର ରାଜିଆ ପଣ୍ଡା (୪୨) ଗୁରୁତର ଆହତ ହୋଇ ପଡ଼ିଥିଲେ । ଖବରପାଇ ବାଲିଗୁଡ଼ା ଡିଏସପି ସୌମ୍ୟ ରଞ୍ଜନ ମଲ୍ଲିକ ଓ ଥାନା ଅଧିକାରୀ ବାବାଶଙ୍କର ସରାଫ୍ ଙ୍କ ସମେତ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ରଜିଆଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ରଜିଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.