ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ଦେଓଗାଁ ଗ୍ରାମର ଚାରିଛକ ପାଖରେ ଏକ ଉଚ୍ଚତା ବିଶିଷ୍ଟ ଓଭର ହେଡ ପାଣିଟାଙ୍କି ବିନାସୂଚନା ଫଳକରେ ନିର୍ମାଣ କରାଯାଉଛି। ଏହାକୁ ନିର୍ମାଣ କରୁଥିବା ଶ୍ରମିକ ଓ ମିସ୍ତ୍ରୀ ବିନା ସୁରକ୍ଷା ବ୍ୟବସ୍ଥାରେ କାର୍ଯ୍ୟକରୁଥିବା ଦେଖିବାକୁ ମିଳିଛି। ପାଖାପାଖି ୩୦ ଫୁଟ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କିକୁ ବିନା ସେଫ୍ଟିରେ ଶ୍ରମିକ ମାନେ କାମ କରୁଛନ୍ତି। ସେମାନଙ୍କ ନା ସେଫ୍ଟି ବେଲ୍ଟ ନା ଟୋପି ଏବଂ ଗୋଡରେ ଯୋତା ଦିଆଯାଇଛି। ବିନା ସୁରକ୍ଷାରେ ଏତେ ଉଚ୍ଚତାରେ କାମ କରିବା ବେଳେ ଯଦି କୌଣସି ପ୍ରକାର ଅଘଟଣ ହୁଏ ତେବେ କିଏ ଦାୟି ହେବ ସେ ନେଇ ପ୍ରଶ୍ନ ଉଠିଛି। ସରକାର ନିୟମ ଅନୁସାରେ ଶ୍ରମିକ ଓ ମିସ୍ତ୍ରୀମାନେ କୌଣସି ଅଧିକ ଉଚ୍ଚତା ବିଶିଷ୍ଟ ସ୍ଥାନରେ କାମ କରୁଛନ୍ତି ତେବେ ଠିକାଦାର ପ୍ରଥମେ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ହେଲେ ଏଠାରେ ସେପରି କୌଣସି ନିୟମ ପାଳନ କରାଯାଇ ନାହିଁ।ଦାୟିତ୍ବରେ ଏ ନେଇ ବିଭାଗିୟ ଯନ୍ତ୍ରୀ ବିଭୂତି କିଶାନଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଥିଲେ ଯେ, ସେଫ୍ଟି ବେଲ୍ଟ ଓ ମୁଣ୍ଡ ଟୋପି ରଖାଯାଇଛି। ତେବେ କାହିଁକି ମିସ୍ତ୍ରୀ ଓ ଶ୍ରମିକଙ୍କୁ ସୁରକ୍ଷା ଦିଆ ଯାଉ ନାହିଁ ବୋଲି କହିବାରୁ ଚୁପ ପଡିଥିଲେ।ଠିକାଦାରକୁ କହିଛି ସେ ସୂଚନା ଫଳକ ଲଗେଇବ ବୋଲି ମନ୍ତବ୍ୟ ଦେଇଥିଲେ।