ମାଉସୀ ଘରେ ତିନି ଠାକୁର

ଦ୍ୱିତୀୟ ଦିନ ଯାତ୍ରାରେ ମଧ୍ୟ ପ୍ରବଳ ଭକ୍ତ ସମାଗମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଗତ ୧/୭ ଶୁକ୍ରବାର ରଥଯାତ୍ରା ଅନୁଷ୍ଠିତ ହୋଇ ଶିଶୁ ମନ୍ଦିର ଛକରୁ ନର୍ଲା ମାର୍କେଟ କମ୍ପ୍ଲେକ୍ସ ଯାଏଁ ରଥ ଟଣଯାଇ ବାଟରେ ରହଣି କରିଥିଲେ ତିନି ଠାକୁର । ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡା ତିନି ଠାକୁରଙ୍କ ବାଟ ରହଣୀର ଦାଇତ୍ୱ ତୁଲାଇ ରଥ ଉପରେ ରହିଥିବା ଠାକୁର ମାନଙ୍କୁ ଭୋଗରାଗ ଅର୍ପଣ କରିବା ସହ ରଥ ନିକଟସ୍ଥ ବିଶ୍ରାମ ଗୃହରେ ରାତ୍ର ୧୦ ଯାଏଁ ଭଜନ କୀର୍ତ୍ତନର ବ୍ୟବସ୍ଥା କରିଥିଲେ । ପରଦିନ ଶନିବାର ପୁଣି ଶ୍ରୀ ଜୀଉ ମାନଙ୍କ ରଥଯାତ୍ରା ସଂଧ୍ୟା ୫ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିଲା । ରଥଯାଇ ନବୋଦୟ ରାସ୍ତା ଛକ ମେନରୋଡ଼ ପାଖରେ ରହିଯିବା ପରେ ଭକ୍ତ ମଧୁସୁଦନ ପାଢୀ, ସଞ୍ଜୟ ପଣ୍ଡା, ନାରାୟଣ ପଣ୍ଡା, ସୁଦାମ ପଣ୍ଡା, ହୃଷିକେଶ ପାତ୍ର, ଚୁଳମଣି ଗଉଡିଆ, ସୁଶାନ୍ତ ଚନ୍ଦ୍, ଅଜୟ ନନ୍ଦ, ମନ୍ମୟ ଚାନ୍ଦ୍, ପ୍ରଶାନ୍ତ ପଣ୍ଡା, ପ୍ରଭୋବ ଚାନ୍ଦ୍, ଗୌତ୍ତମ ଚିନ୍ଦା, ପ୍ରସନ୍ନ ଗଉଡ, ବିମଲ କେଡିଆ ପ୍ରମୁଖ ଶ୍ରୀ ଜୀଉ ମାନଙ୍କୁ ପହଣ୍ଡି କରି ଦୁର୍ଗା ମଣ୍ଡପ ସମ୍ମୁଖସ୍ଥ ମାଉସୀ ମନ୍ଦିରକୁ ନେଇଥିଲେ । ପୂର୍ବରୁ ଠାକୁର ମାନଙ୍କ ଆସିବା ପଥକୁ ଅପେକ୍ଷା କରି ରହି ମାଉସୀ ମଉସା ଦାଇତ୍ୱ ନିର୍ବାହନ କରୁଥିବା ନର୍ଲାର ବରିଷ୍ଠ ଆଇନଜିବୀ ଦମ୍ପତି ଶ୍ରଦ୍ଧାଞ୍ଜଳୀ ଚାନ୍ଦ୍ ଓ ଚନ୍ଦ୍ର ଶେଖର ଚନ୍ଦ୍ ଠାକୁର ମାନଙ୍କୁ ପାଛୋଟି ନେଇଥିଲେ ମନ୍ଦିର ଭିତରକୁ ସେଠାରେ ଠାକୁର ମାନଙ୍କ ପଦ ପ୍ରକ୍ଷାଳନ ପରେ ଛେନାପୋଡ, ନଡିଆ ଗଜା, ମିଠା, ପୋଡପିଠା, ରସାବଳୀ ପ୍ରଭୃତି ଷୋଡଶ ଉପ·ର ଦେଇ ପୂଜା କରିଥିଲେ । ନର୍ଲାର ବରିଷ୍ଠ ନାଗରିକ ଭକ୍ତ ତପିନ୍ଦ୍ର ଗଉଡିଆ ଓ ସତ୍ୟନାରାୟଣ ପାତ୍ର ଛେରା ପହରା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଅଜୟ ନନ୍ଦ ସୁଦର୍ଶନ ଓ ଶ୍ରୀ ପତି ଗରୁଡ ଭଗବାନଙ୍କୁ ମନ୍ଦିର ଯାଏଁ ନେଇଥିଲେ । ଭକ୍ତ ମନ୍ମୟ ଚାନ୍ଦ୍ (ଜିତୁ) ବେତବାଡି ଧରି ସମସ୍ତ ଭକ୍ତ ମାନଙ୍କୁ ମୁଣ୍ଡରେ ବେତ ଲଗେଇ ଆଶିର୍ବାଦ ଦେଇଥିଲେ । ସଂଧ୍ୟା ୭ ଘଣ୍ଟା ସମୟରେ ସାଂଧ୍ୟ ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାତି ୮ ଯାଏଁ ମାଉସୀ ମନ୍ଦିରରେ ଶ୍ରୀ ଜୀଉ ମାନଙ୍କ ପୂଜା ପାଠ ଚାଲିଥିଲା । ଠାକୁର ମାନେ ୯ ଦିନ ଯାଏଁ ମାଉସୀ ମନ୍ଦିରରେ ପୂଜା ପାଇବା ପରେ ବାହୁଡା ଯାତ୍ରାକରି ବାହୁଡିବେ ବୋଲି ମୁଖ୍ୟ ଆୟୋଜକ ତଥା ରଥଯାତ୍ରା କମିଟିର ସଭାପତି ଚିରଞ୍ଜିବୀ ଗୌଡିଆ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.