ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା-ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେ ଚଞ୍ଚରାମୁଣ୍ଡା ନିକଟରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି। ମୃତ ଦେହଟି ରାସ୍ତା କଡରେ ପଡିଥିବା ବେଳେ ଦେହର ଅଧା ଅଂଶ ଏକ ଜରି ବସ୍ତାରେ ଘୋଡାଇ ହୋଇ ରହିଥିବା ବେଳେ ଶବ ଉପରେ ଏକ ସାଇକେଲ ପଡି ରହଛି। ଏହା ଦୁର୍ଘଟଣା ନା ହତ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱଷ୍ଟ ହୋଇ ପାରିନାହିଁ।ଘଟଣାସ୍ଥଳରେ ଗୋଲାମୁଣ୍ଡା ପୋଲିସ ପହଞ୍ଚି ସାଇଣ୍ଟିଫିକ ଟିମ ଓ ସନ୍ଧାନୀକୁକୁର ଜରିଆରେ ତଦନ୍ତ ଆରମ୍ଭ କରିଛନ୍ତି।