ନେହେରୁ ଯୁବକେନ୍ଦ୍ର ପକ୍ଷରୁ ବନ ମହୋତ୍ସବ ସପ୍ତାହ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ‘ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି’ ଓ ‘ଆମର ତିଳଯୋଡି ଯୁବକ ସଂଘ’ ମିଳିତ ଉଦ୍ୟମରେ “ବନ ମହୋତ୍ସବ” ସପ୍ତାହ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଭବାନୀପାଟଣା ବ୍ଲକ ତିଳଯୋଡି ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ଠାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଣ୍ଡବାରଝୋଲା ସରପଞ୍ଚ ମୁରଲୀ ପ୍ରଧାନ, ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚ ଦୀପ୍ତି ନାଏକ, ଅଙ୍ଗନୱାଡି କର୍ମୀ ବୈଦେହୀ ନାଏକ ଯୋଗଦେଇ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ । ପ୍ରତେକ ବ୍ୟକ୍ତି ଗୋଟିଏ ଗୋଟିଏ ଗଛ ଲଗେଇ ନୂଆ ଜଙ୍ଗଲ ସୃଷ୍ଟି କରିବାର ସମୟ ଆସିଛି ବୋଲି ଅଙ୍ଗନୱାଡି କର୍ମୀ ମତ ଦେଇଥିବାବେଳେ ପଞ୍ଚାୟତର ପ୍ରତେକ ଗାଁରେ ବୃକ୍ଷରୋପଣ କରିବା ସହ ନୂଆ ଜଙ୍ଗଲ ସୃଷ୍ଟି କରିବାପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ସରପଞ୍ଚ ମହୋଦୟ । ସେହିପରି ଆଗାମୀ ଦିନରେ ତିଳଯୋଡି ଗାଁରେ ବ୍ୟାପକ ପରିମାଣରେ ଗଛ ଲଗେଇବାପାଇଁ ଉପସ୍ଥିତ ସମସ୍ତ ସ୍ବେଛାସେବୀ ଶପଥ ନେଇଥିଲେ । ଅଙ୍ଗନୱାଡି କେନ୍ଦ୍ର ପରିସରରେ ବହୁ ମୂଲ୍ୟବାନ ଗଛ ସବୁ ରୋପଣ କରାଯାଇଥିଲା । ଆଜିର ଏହି ଚାରା ରୋପଣ କାର୍ଯ୍ୟରେ ନେହେରୁ ଯୁବକେନ୍ଦ୍ର ସଂଗଠନର ସ୍ବେଛାସେବୀ ଯଶୋବନ୍ତ ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ନିରୁପମା ଦୁର୍ଗା, ନମିତା ନାଏକ, ଭାଗ ମାଝୀ, ଦିଲେଶ୍ଵର ଶବର, ମହେନ୍ଦ୍ର ଶବର, ମହେନ୍ଦ୍ର ନାଏକ ପ୍ରମୁଖ ସହଯୋଗ କରିଥିଲେ । ସ୍ବେଛାସେବୀ ମାନଙ୍କ ଏହିପରି କାର୍ଯ୍ୟକୁ ଗ୍ରାମବାସୀ ସ୍ବାଗତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.