🖋️ପଞ୍ଚାନନ ଜାଲ (ସୌରଭ)
ଜନ୍ମ ଦେଇ କରମ ଶିଖାଇ
ଏତେ ବଡ଼ କଲା ମୋତେ,
ମାଆ ର ମମତା
ମାଆ ର ସେନେହ,
ଭୁଲି ହବନି ସତେ ।
ଦଶ ମାସ ଦଶ ଦିନର କଷ୍ଟକୁ
ଖୁସି ଖୁସି ନେଲା ସହି
ଜନ୍ମ ଦେଇ ମଧ୍ୟ କେତେ କଷ୍ଟ ପାଇଲା
ପାଖେ ପାଖେ ମୋ ରହି ।
ଆଖିର ଲୁହକୁ, ଓଠରେ ଚାପିଲା
ହୃଦୟେ କେତେ ଯନ୍ତ୍ରଣା
ମନର କୋହକୁ, ମାନେ ଚାପିଦେଲା
ଭାବି ଗୋଟେ ଖେଳଣା ।
ଜହ୍ନ ଦେଖାଇ, ଖାଇବା ଖୁଆଇ
କଲା ମୋତେ ଏତେ ବଡ,
ମାଙ୍କଡ ଦେଖାଇ, କୁକୁର ଦେଖାଇ
କରୁଥିଲା କେତେ ଲାଡ ।
ମନେ ପଡ଼ି ଯାଏ ସେ ଅଭୁଲା କଥା
ମନେ ପଡ଼ି ଯାଏ ସେ ବେଳ,
କେତେ ଖୁସି ମିଳେ ସେ ସ୍ଥାନରେ
ଫେରିବାକୁ ଇଚ୍ଛା ହୁଏ ମା କୋଳ ।