ଓଡ଼ିଆ ବାର୍ତ୍ତା/ ଲଣ୍ଡନ: ବୋରିସ୍ ଜନସନ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ସେନେଇ କଳ୍ପାନାଜଳ୍ପା ଲାଗି ରହିଛି। ଏବେ ଦେଶର କମାଣ କିଏ ସମ୍ଭାଳିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ବର୍ତ୍ତମାନ ଏହି ଦୌଡ଼ରେ ଅନେକ ନାମ ସାମିଲ ହୋଇଛି। ଏପରିକି ଏହି ଦୌଡ଼ରେ ଜଣେ ଭାରତୀୟ ବଂଶୋଦ୍ଭବ ରହିଛନ୍ତି। ପେନି ମର୍ଡାଣ୍ଟଙ୍କ ନାମ ଏହି ଦୌଡ଼ରେ ଆଗରେ ଅଛି। ଏହା ବ୍ୟତୀତ ପୂର୍ବତନ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସ, ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଏବଂ ଲୋକପ୍ରିୟ ରାଜନେତା ଜର୍ମି ହଣ୍ଟଙ୍କ ନାମ ମଧ୍ୟ ଏହି ଦୌଡ଼ରେ ଅଛି। ଅକ୍ଟୋବରରେ ଦଳ ସମ୍ମିଳନୀରେ ନୂତନ ପ୍ରଧାନମନ୍ତ୍ରୀ ଘୋଷଣା କରାଯିବ। ସେ ପର୍ଯ୍ୟନ୍ତ ବୋରିସ୍ ଜନସନ ପ୍ରଧାନମନ୍ତ୍ରୀ ପଦରେ ରହିବେ। ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ନାମ ମଧ୍ୟ ରହିଛି। ଯଦି ଏପରି ହୁଏତ ତେବେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାରେ ଋଷି ପ୍ରଥମ ଭାରତୀୟ ହେବେ। ସୁନକ ରାଜକୋଷର ଚାନସେଲର୍ ଭାବେ କାର୍ଯ୍ୟ କରୁଥିଲେ। ବ୍ରିଟେନକୁ କୋଭିଡ ସଙ୍କଟରୁ ବାହାରିବାରେ ଋଷିଙ୍କ ଅବଦାନ ମହତ୍ୱପୂର୍ଣ୍ଣ ଥିଲା। ଏହା ପରେ ସେ ବ୍ରିଟେନରେ ଲୋକପ୍ରିୟ ହୋଇଥିଲେ। ସୁନକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ରୋଜଗାର କାର୍ଯ୍ୟକ୍ରମ ଅଧୀନରେ ଲୋକମାନେ ୫୧୪ ବିଲିୟନ ଡ଼ଲାର ପର୍ଯ୍ୟନ୍ତ ସହାୟତା ପାଇଲେ। କିନ୍ତୁ ସେ ପତ୍ନୀଙ୍କ ଟିକସ୍ ଫାଙ୍କିବା ଅଭିଯୋଗରେ ଛନ୍ଦି ହୋଇଛନ୍ତି।