ୱାର୍ଲ୍ଡ ଭିଜନ୍ ଇଣ୍ଡିଆ ପକ୍ଷରୁ ଶିଶୁ ସାମ୍ବାଦିକତା ଓ ଶିଶୁ ସମସ୍ୟା ସଂପର୍କିତ କର୍ମଶାଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସ୍ଥିତ ମାଉଣ୍ଟେନ୍ କିଡ୍ସ ଇଂଲିଶ ମିଡିୟମ ସ୍କୁଲ୍ ପରିସରରେ ୱାର୍ଲ୍ଡ ଭିଜନ୍ ଇଣ୍ଡିଆ ପକ୍ଷରୁ ଏକ ଶିଶୁ ସାମ୍ବାଦିକତା ଓ ଶିଶୁ ସମସ୍ୟା ସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଯାଇଛି। ୱାର୍ଲ୍ଡ ଭିଜନ୍ ଇଣ୍ଡିଆ ଏଡିପି ନର୍ଲାର ପ୍ରୋଗ୍ରାମ୍ ମେନେଜର୍ ପିଭି କ୍ରିଷ୍ଣା ଏଥିରେ ଅଧ୍ୟକ୍ଷତା କରିବା ସହ ସଂସ୍ଥା ପକ୍ଷରୁ ପ୍ରକାଶିତ ହେବାକୁ ଥିବା ଶିଶୁ ପତ୍ରିକାର ରୂପରେଖ ସଂପର୍କରେ ସୂଚନା ଦେଇଥିଲେ। ଏଥିସହ ପତ୍ରିକାର ସଂପାଦନା ମଣ୍ଡଳୀ ପାଇଁ ଶିଶୁମାନଙ୍କୁ ଚୟନ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର ଓ ଯୁବ ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଅତିଥି ଭାବେ ଯୋଗଦେଇ ସମ୍ବାଦ ଲିଖନ ଓ ସୃଜନଶୀଳ ଲିଖନ ଉପରେ ଦିଗଦର୍ଶନ ପ୍ରଦାନ କରିଥିଲେ। ଏଥିରେ ଶିଶୁ ସାମ୍ବାଦିକତା ସହ ଶିଶୁମାନଙ୍କର ସମସ୍ୟା ତଥା ବଞ୍ଚିବାର ଅଧିକାର, ସୁରକ୍ଷାର ଅଧିକାର, ଉନ୍ନତିର ଅଧିକାର ଓ ସହଭାଗିତାର ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ନର୍ଲା ବ୍ଲକର ୧୧ଟି ଗ୍ରାମପଞ୍ଚାୟତରୁ ୫୫ଜଣ ଶିଶୁ ସାମ୍ବାଦିକ ଯୋଗଦେଇ ନିଜ ଅଞ୍ଚଳର ସମସ୍ୟା, ଦର୍ଶନୀୟ ସ୍ଥାନ, ପରମ୍ପରା ଆଦି ସଂପର୍କରେ ଲିଖନ କୌଶଳର ବିକାଶ କରିଥିଲେ। ୱାର୍ଲ୍ଡ ଭିଜନ୍ ଇଣ୍ଡିଆର କର୍ମକର୍ତ୍ତା ପ୍ରତିମା ତାଣ୍ଡି ସ୍ୱାଗତ ଭାଷଣ ଦେଇଥିବା ବେଳେ ସଲୋମନ୍ ପାଣି ଧନ୍ୟବାଦ ଅର୍ପଣ କରିଥିଲେ। ବବଲୁ ମହାନନ୍ଦ, ଈମାନୁଏଲ୍ ହନୁମାନ, ରୂପକା ଡାଭିଡୁ ପ୍ରମୁଖ କର୍ମଶାଳା ଆୟୋଜନରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.