ଅସରାଏ ବର୍ଷାରେ ବାଗବୁରାଇ ରାସ୍ତା ଅବସ୍ଥା ବେହାଲ

ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଜନସାଧାରଣ ଭୋଗୁଛନ୍ତି ନାହିଁ ନଥିବା ଅସୁବିଧା, ପ୍ରଶାସନ ଦୃଷ୍ଟି ଦେବେ କି?

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ସରଗୁଲ ମାଲପଡା ପଞ୍ଚାୟତର ବାଗବୁରାଇ ରାସ୍ତା ଗମନାଗମନ ପାଇଁ ଅନୁପଯୁକ୍ତ ହୋଇ ପଡିଛି। ଅସରାଏ ବର୍ଷାରେ ଏହି ରାସ୍ତାର ଅବସ୍ଥା ବେହାଲ ହୋଇ ପଡୁଛି। ବାଗବୁରାଇରେ ଓଭର ହେଡ ପାଣି ଟାଙ୍କି କାମ ଚାଲିଛି। ଏଥିପାଇଁ ଜେସିବି ବ୍ୟବହୃତ ହେଉଛି। ଏପଟେ ତାରିଣି ମନ୍ଦିର ଛକ ଠାରୁ ମାଟି ରାସ୍ତା ଥିବାରୁ ଅସରାଏ ବର୍ଷାରେ କାଦୁଅ ହୋଇ ପଡୁଛି। ତେଣୁ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛୁ ବୋଲି ବାଗବୁରାଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତାରେ ଅନେକ ଥର ମେଟାଲ ମୋରମ କାମ ହୋଇଥିଲେ ମଧ୍ୟ କିଛି କାମକୁ ନୁହଁ। ବର୍ଷା ହେଲେ ବାଗବୁରାଇ ଗ୍ରାମର ଦୁଃଖ ବଢିଯାଏ। ଗାଁରୁ ବ୍ଲକ, ମେଡିକାଲ, ପଞ୍ଚାୟତ କିମ୍ବା ଅନ୍ୟ କୈାଣସି ଜରୁରୀ କାମରେ ଆସିବାକୁ ହେଲେ କାଦୁଅ ପଚପଚ ରାସ୍ତା। ରାସ୍ତାର ଦୂରାବସ୍ଥା ଯୋଗୁଁ ଛାତ୍ରଛାତ୍ରୀ ଓ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି। ରାସ୍ତା ଅବସ୍ଥା ସଂପର୍କରେ ପଞ୍ଚାୟତ ସମିତି ସଭ୍ୟ ଗୋଲାପ ସାହୁଙ୍କୁ ପଚାରିବାରୁ ଆମ ସମିତି ପକ୍ଷରୁ ମୁଁ ପ୍ରୋପଜାଲ ଦେଇଛି ଶିଘ୍ର କାମ ହେବ ବୋଲି କହିଥିଲେ। ଏହାସହ ଆଜି ବିଡିଓଙ୍କ ପାଖକୁ ଯାଇ କହିଛି ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.