ଡେଙ୍ଗୁ ରୋଗର ପ୍ରତିକାର ପାଇଁ ଜିଲ୍ଲାସ୍ତରୀୟ ବୈଠକ

ଓଡିଶା ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଆଣ୍ଟି ଡେଙ୍ଗୁ ମାସ- ୨୦୨୨ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ସ୍ୱାସ୍ଥ୍ୟ ବିଭାଗ ସହିତ ଅନ୍ୟ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଡେଙ୍ଗୁ ରୋଗର ପ୍ରତିରୋଧ ଓ ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ। ଏଡିସ୍‍ ମଶା ଡିମ୍ବ ଦେବା ସ୍ଥାନଗୁଡ଼ିକୁ ସଫା କରିବା ସହିତ ସହରର ଡ୍ରେନେଜ୍‍ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ମାନଙ୍କୁ ଆଦେଶ ଦେଇଥିଲେ। ଡ୍ରେନ୍‍ ଗୁଡ଼ିକରୁ ଅଳିଆ ଆବର୍ଜନା ପ୍ରତିଦିନ ସଫାକରିବା ସହିତ ବର୍ଷା ଜଳ ଜମି ରହୁଥିବା ସ୍ଥାନଗୁଡ଼ିକରୁ ଜଳ ନିଷ୍ମାସନ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିଜ ନିଜ ବିଭାଗରେ ଥିବା ଘୋଡ଼ଣି ନଥିବା ପାଣି ଟାଙ୍କି ଗୁଡ଼ିକୁ ଏକ ସପ୍ତାହ ମଧ୍ୟରେ ସଫା କରାଇ ଘୋଡ଼ଣି ଲଗାଇବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପଞ୍ଚାୟତିରାଜ ବିଭାଗର ଅଧିକାରୀମାନଙ୍କୁ ଗ୍ରାମାଞ୍ଚଳ ପରିବେଶକୁ ଗାଁ କଲ୍ୟାଣ ସମିତି ଫଣ୍ଡ ସାହାଯ୍ୟରେ ସଫାରଖିବା, ଅବ୍ୟବହୃତ କୂଅ ଓ ଜଳ ସଂରକ୍ଷଣ ସ୍ଥାନଗୁଡ଼ିକୁ ଶୁଖାଇବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀମାନେ ଗର୍ଭବତୀ ମା’ ମାନଙ୍କୁ ମଶାରି ବ୍ୟବହାର କରିବା ସହିତ ଘରର ଚାରି ପାର୍ଶ୍ବକୁ ପରିଷ୍କାର ରଖିବା ଓ ପାଣି ଜମିବାକୁ ନ ଦେବା ଯେପରିକି ଏଡିସ୍‍ ମଶା ଡିମ୍ବ ଦେଇ ନ ପାରିବା ଭଳି ବ୍ୟବସ୍ଥା କରିବାକୁ ସଚେତନ କରିବା ନିହାତି ଜରୁରୀ ବୋଲି ଜିଲ୍ଲାପାଳ କହିଥିଲେ। ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡା. ପ୍ରଭାକର ସାହୁ ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ବନ୍ଧରେ କେତେଗୁଡ଼ିଏ ତଥ୍ୟ ପ୍ରଦାନ କରିଥିଲେ। ସେ କହିଲେ, ଅଧିକାଂଶ କ୍ଷେତ୍ରରେ ଡେଙ୍ଗୁ ଜ୍ୱର ସାଧାରଣ ଜ୍ୱର ପରି ହୋଇଥିଲେ ହେଁ ବେଳେ ବେଳେ ଏହା ମାରାତ୍ମକ ହୋଇପାରେ। ସାନ ପିଲା ଓ ଗର୍ଭବତୀଙ୍କ କ୍ଷେତ୍ରରେ ରକ୍ତସ୍ରାବୀ ଡେଙ୍ଗୁ ଜ୍ୱର ଓ ଡେଙ୍ଗୁ ‘ସକ୍‍ ’ ଲକ୍ଷଣାବଳୀ ଅଧିକ ବିପଦପୂର୍ଣ୍ଣ ହୋଇଥାଏ। ଏଡିସ୍‍ ମଶା ଦିନବେଳା କାମୁଡ଼ି ଥାଏ। ଏହି ମଶା ଡେଙ୍ଗୁ ରୋଗୀକୁ କାମୁଡ଼ିବାର ଅଳ୍ପ ସମୟ ମଧ୍ୟରେ ସୁସ୍ଥ ଲୋକକୁ କାମୁଡ଼ିଲେ ଡେଙ୍ଗୁ ସଂକ୍ରମିତ ହୋଇପାରେ। ସେହିପରି ଭେକ୍ଟର ବାହିତ ରୋଗ ପରାମର୍ଶ ଦାତା କୁମୁଦ ଚନ୍ଦ୍ର ସାହୁ ପାୱାର ପଏଣ୍ଟ ମାଧ୍ୟମରେ ଡେଙ୍ଗୁ କ’ଣ ? ତା’ର ସାଧାରଣ ଲକ୍ଷଣ ତଥା ବିପଦଜନକ ଲକ୍ଷଣ, ବଂଶ ବିସ୍ତାରର ମାଧ୍ୟମ, ରହିବା ସ୍ଥାନ, ରୋଗୀକୁ ଚିହ୍ନଟ କରିବା ପଦ୍ଧତି ଓ ଚିକିତ୍ସା, ରୋଗ ନ ହେବା ପାଇଁ ପଦକ୍ଷେପ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଉପଧ୍ୟାୟ କହିଲେଯେ, ଡେଙ୍ଗୁ ପ୍ରତିରୋଧ ପାଇଁ ଆମ ସମସ୍ତଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଆମ ସମସ୍ତଙ୍କର ସାଧୁ ଉଦ୍ୟମରେ ଏହି ମଶା ବଂଶ ବିସ୍ତାର କରିପାରିବ ନାହିଁ। ଫଳରେ ଡେଙ୍ଗୁ ଭୂତାଣୁ ସଂକ୍ରମିତ ହୋଇପାରିବ ନାହିଁ ଓ ଡେଙ୍ଗୁ ଜ୍ୱର ହେବ ନାହିଁ ଏବଂ ଆମ ପରିବେଶ ପରିଷ୍କାର ଓ ସୁନ୍ଦର ହୋଇଉଠିବ ବୋଲି ଡା. ଉପାଧ୍ୟାୟ କହିଥିଲେ। ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, କନ୍ଧମାଳ ଉପଜିଲ୍ଲାପାଳ ଶେଷଦେବ ମିଶ୍ର, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀର ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ତଥା ସଂପୃକ୍ତ ବିଭାଗୀୟ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.