ସିଆରପିଏଫ ୧୨୭ ବାଟାଲିୟନ୍ ଓ ବାଲିଗୁଡା ପୋଲିସ୍ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫର ୧୨୭ ବାଟାଲିୟନ୍ ଓ ବାଲିଗୁଡା ପୋଲିସ୍ ତରଫରୁ ସ୍ୱାଧୀନତାର ୭୫ ବର୍ଷ ରେ ‘ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ବନ ମହୋତ୍ସବ’ କାର୍ଯ୍ୟକ୍ରମ ସ୍ଥାନୀୟ ପାଟଖଣ୍ଡା ପବ୍ଲିକ୍ ସ୍କୁଲ ପରିସର ମଧ୍ୟରେ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ସିଆରପିଏଫ ୧୨୭ ବାଟାଲିୟନର କମାଡେଣ୍ଟ ଶ୍ରୀ ଆନନ୍ଦ ଝା, ଦ୍ୱିତୀୟ କମାଣ୍ଡିଂ ଅଫିସର ଶ୍ରୀ ମଉଲି ମୋହନ କୁମାର ଡେପୁଟି କମାଣ୍ଡାଣ୍ଟ ଶ୍ରୀ ସି.ଅଜିତ ବାବୁ, ସହାୟକ କମାଣ୍ଡାଣ୍ଟ ଶ୍ରୀ କୁମାର ରାଘବେନ୍ଦ୍ର, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଜି.ଆର.ରାଘବେନ୍ଦ୍ର, ସ୍ଥାନୀୟ ପାଟଖଣ୍ଡା ପବ୍ଲିକ୍ ସ୍କୁଲର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସମେତ ସ୍କୁଲର ସମସ୍ତ କର୍ମଚାରୀ, ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ସ୍କୁଲ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ । ଏହି ଅବସରରେ କମାଡେଣ୍ଟ ଶ୍ରୀ ଆନନ୍ଦ ଝା ଉପସ୍ଥିତ ଛାତ୍ର ଓ ଛାତ୍ରୀ ମାନଙ୍କୁ ଚାରା ରୋପଣର ମହତ୍ତ୍ୱ ଏବଂ ପରିବେଶ ସନ୍ତୁଳନରେ ଏହାର ଅବଦାନ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.