ଦାନ ସୂତ୍ରରେ ମିଳିଥିବା ଜମିରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ଅନ୍ତର୍ଗତ ସିନାପାଲି ଠାରେ ଏକ ସ୍ଥାୟୀ ବାସଷ୍ଟାଣ୍ଡ ନିର୍ମାଣ ନେଇ ଦୀର୍ଘଦିନ ରୁ ଲାଗିରହିଥିବା ସମସ୍ୟା ସମାଧାନର ରାସ୍ତା ବର୍ତ୍ତମାନ ସୁଗମ ହେବାରରେ ଲାଗିଛି। ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ସିନାପାଲି ସହରରେ ଉପଯୁକ୍ତ ଜମି ମିଳୁନଥିବା ବେଳେ ବର୍ତ୍ତମାନ ସ୍ଥାନୀୟ ଜଣେ ବଦାନ୍ୟ ବ୍ୟକ୍ତି ବସଷ୍ଟାଣ୍ଡ ନିର୍ମାଣ ପାଇଁ ଆବଶ୍ୟକୀୟ ଜମି ଦାନ କରୁଥିବା ଜଣାପଡିଛି। ଏନେଇ ସିନାପାଲି ଅଞ୍ଚଳ ବାସୀଙ୍କ ତରଫରୁ ଉଦନ୍ତୀ ୟୁଥ କ୍ଲବ ସଭାପତି ସୁରଜ ମେହେରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି। ପ୍ରକାଶ ଯୋଗ୍ୟ ଯେ, ସିନାପାଲି ସହରରେ ସରକାରୀ ଜମିର ଘୋର ଅଭାବ ଥିବା ଯୋଗୁଁ ଅନେକ ସରକାରୀ କାର୍ଯ୍ୟାଳୟ କୋଠା ନିର୍ମାଣ ହୋଇପାରୁନାହିଁ। ପୁଣି ଆଗକୁ ସିନାପାଲି ଏନଏସି ଘୋଷଣା ଅପେକ୍ଷାରେ ଥିବା ବେଳେ ଅନେକ କାର୍ଯ୍ୟାଳୟ ନିର୍ମାଣ ହେବାର ଅଛି। ଏଣୁ ସିନାପାଲିରେ ଥିବା କିଛି ସରକାରୀ ଜମି ଭବିଷ୍ୟତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଏପରିପ୍ରେକ୍ଷୀରେ ଦାନ ସୂତ୍ରରେ ମିଳୁଥିବା ଜମିକୁ ଗ୍ରହଣ କରି ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ କରିବା ଉଚିତ ହେବ ବୋଲି ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଅନୁରୋଧ କରାଯାଇଥିଲା। ଦାନ ସୂତ୍ରରେ ମିଳୁଥିବା ଉକ୍ତ ଜମି ସିନାପାଲି ମଧ୍ୟଦେଇ ଯାଉଥିବା ଫୋରୱେ ରାସ୍ତା ଉପରେ ହିଁ ରହିଛି। ସିନାପାଲି ବସଷ୍ଟାଣ୍ଡ ଫୋରୱେ ରାସ୍ତା ଉପରେ ହେବା ଦ୍ୱାରା ସବୁ ଆଡକୁ ସଂଯୋଗୀକରଣ ସହଜ ହେବା ସହ ଲୋକଙ୍କ ବହୁବିଧ ସୁବିଧା ହୋଇପାରିବ। ପୁଣି ଏହି ସ୍ଥାନ ସିନାପାଲି, କାପସି ଓ ଯୁଗେନପଦରକୁ ମଧ୍ୟ ସମାନ୍ତରାଳ ଦୁରତାରେ ରହୁଛି। ଏସବୁ ଦୃଷ୍ଟିରୁ ସିନାପାଲି ଅଞ୍ଚଳବାସୀ ଖୁସି ଜାହିର କରୁଥିବା ଜଣାପଡ଼ିଛି। ଫଳରେ ଏହି ସ୍ଥାନକୁ ଦାନ ସୂତ୍ରରେ ଗ୍ରହଣ କରିବା ସହ ବସଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଜିଲାପାଳଙ୍କୁ ସାକ୍ଷାତ କରି ଲିଖିତ ଭାବେ ଜଣାଇ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିନିଧି ଦଳ ଅନୁରୋଧ କରିଥିଲେ। ଏହାର ବିଚାର କରି ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଉଦନ୍ତୀ ୟୁଥ କ୍ଲବର ସଭାପତି ଶ୍ରୀ ମେହେରଙ୍କ ସମେତ ଲକ୍ଷ୍ମଣ ରଣା, ସୋମନାଥ ଦାସ, ଆଲୋକ ମେହେର, ବୁଦ୍ଧଦେବ ମେହେର, ପ୍ରଭାତ ମେହେର, ଅରୁଣ ପ୍ରମୁଖ ସାମିଲ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.