କଲମଠାରେ ବୁଦ୍ଧିଜୀବୀ ସମ୍ମିଳନୀ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ସଦର ବ୍ଲକ କଲମ ଗ୍ରାମ ପଞ୍ଚାୟତର ଚାନ୍ଦୋପଲା ଶିବମନ୍ଦିର ପରିସରରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ପରିଷଦ ଡ଼. ଭବାନୀ ଶଙ୍କର ନିଆଲ ମୁଖ୍ୟ ଅତିଥି ଯୋଗ ଦେଇଥିଲେ। ବୁଦ୍ଧିଜୀବୀ ସମ୍ମିଳନୀରେ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଚାନ୍ଦୋପଳା ଠାରୁ ତେନ୍ତୁଳିପଡା ପର୍ଯ୍ୟନ୍ତ ଆଡ଼ିବନ୍ଧ ନିର୍ମାଣ, ଚାନ୍ଦୋପଳା ଗ୍ରାମ ଠାରୁ ଧବଳେଶ୍ୱର କାଲେଶ୍ୱର ଶିବ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ବରଗାଁ ଠାରୁ ବଜାର ଘାଟ ଶଗଡା ନଦୀରେ ପୋଲ ନିର୍ମାଣ, ଚାନ୍ଦୋପଲା ଶିବ ମନ୍ଦିରର ଉନ୍ନତି ପାଇଁ ସ୍ୱତନ୍ତ୍ର ଅନୁଦାନ, କଲମ ପଞ୍ଚାୟତରେ ରହି ଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଓ ବାର୍ଦ୍ଧକ୍ୟ ଭତ୍ତା ଶୀଘ୍ର ମଞ୍ଜୁରୀ ପାଇଁ ବ୍ୟବସ୍ଥା, କଲମ ସ୍ଥିତ କଳିଙ୍ଗ ଉଚ୍ଚ ଆଦର୍ଶ ବିଦ୍ୟାପୀଠକୁ ମହାବିଦ୍ୟାଳୟ ଭାବରେ ଉତୀର୍ଣ୍ଣ କରିବା, କଲମ ଠାରେ ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟ ଓ ପ୍ରାଥମିକ କୃଷି ସମବାୟ ସମିତି, ଉପସ୍ୱାସ୍ଥ୍ୟ କେନ୍ଦ୍ର ଓ ଫାଣ୍ଡି ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଏକ ଶାଖା ଓ ଏଟିଏମ ସ୍ଥାପନା ପାଇଁ ଅଞ୍ଚଳବାସୀ ଦାବୀ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ବିଡ଼ିଓଙ୍କ ଜରିଆରେ ଏକ ସ୍ମାରକ ପତ୍ର ଦେବାପାଇଁ ସ୍ଥିରିକୃତ ହୋଇଥିଲା । ଏହାର ପ୍ରତିଲିପି ଡ଼. ଭବାନୀ ଶଙ୍କର ନିଆଲଙ୍କୁ ଦିଆଯାଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବୈଷ୍ଣବ ମାଝୀ, ମୁରଲୀ ମାଝୀ, ଉମା ଭୋଇ, ଦୀନବନ୍ଧୁ ମାଝୀ, ଭୁବନେଶ୍ୱର ସାହୁ, ମହେନ୍ଦ୍ର ବାଗ, ରଙ୍ଗିଆ ପଧାନ, ଧବଳେ ସା, ବସୁ ମହାନନ୍ଦ, ବଳିଷ୍ଠ ଜୁଆଡ଼, ରୁଦ୍ର ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.