ଶିକ୍ଷକଙ୍କ ଅବସରକୁ ସ୍ମରଣୀୟ କରିବା ପାଇଁ ସାତ କିଲୋମିଟରର ସାଂସୃତିକ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଜଣେ ସରକାରୀ ଚାକିରିଆ ନିଜ କର୍ମମୟ ଜୀବନରେ ସମାଜ ପାଇଁ କ’ଣ କରିଛନ୍ତି ତାହା ତାଙ୍କ ଅବସର ନେବା ସମୟରେ ଜଣାପଡେ । ଜଣେ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାକୁ ନେଇଁ ଏବେ ସାରା କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚା । ଶିକ୍ଷକଙ୍କ ଅବସରକୁ ସଦା ସ୍ମରଣୀୟ କରିବା ପାଇଁ ସ୍ଥାନିୟ ଲୋକେ ସ୍କୁଲରୁ ଘରକୁ ସାତ କିଲୋମିଟର ବ୍ୟାପୀ ସାଂସୃତିକ ଶୋଭାଯାତ୍ରା ସହ ଶହଶହ ସମ୍ବର୍ଦ୍ଧନା ଶିକ୍ଷକଙ୍କ ଅଞ୍ଚଳ ପ୍ରତି ଥିବା ଅବଦାନକୁ ପ୍ରତିପାଦିତ କରିଛି। କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ତାଳେତାଳେ ଚାଲିଛି ଏହି ବିଶାଳ ଶୋଭାଯାତ୍ରା। ଦେଖିଲେ ଲାଗୁଛି ଏହା କୈାଣସି ସାଂସୃତିକ ଶୋଭାଯାତ୍ରା। ତେବେ ଏହା ହେଉଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଗୋଲାମୁଣ୍ଡା ବ୍ଲକ ଖଲିଆପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିରାମ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା। ସେ ୪୦ ବର୍ଷ ଚାକିରୀ ଜୀବନ ପରେ ଅବସର ଗ୍ରହଣ କରିଛନ୍ତି। ଖଲିଆପାଲି ସ୍କୁଲରେ ସାତବର୍ଷର ଶିକ୍ଷକତା କାଳରେ ସ୍କୁଲରେ ଅନେକ ସଂସ୍କାର ଆଣିବା ସହ ସେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଥିବା ସତ୍ୱେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ସମସ୍ୟାରେ ନିଜେ ସ୍ୱତପୃତ ଭାବରେ ସାମିଲ ହେଉଥିଲେ ଏବଂ ଅନ୍ୟ ଶିକ୍ଷକଙ୍କ ସହ ମିଶି ସବୁ ସ୍କୁଲରେ ଶୈଖିକ ପରିବେଶ କିପରି ହେବ ସେ ଚେଷ୍ଟିତଥିଲେ। ସେ ଗ୍ରାମବାସୀମାନଙ୍କ ସହ ସବୁ ସୁଖଦୁଖରେ ସାମିଲ ହେଉଥିଲେ। ଏଥିପାଇଁ ଖଲିଆପାଲି ସ୍କୁଲ ପରିସରରେ ଏକ ବଡଧରଣର ସମ୍ବର୍ଦ୍ଧନା ସଭା କରି ତାଙ୍କୁ ବିଦାୟୀ ଦେଇଥିଲେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଗ୍ରାମବାସୀ। ତାଙ୍କୁ ଆଜି ଏକ ଭବ୍ୟ ଶୋଭାଯାତ୍ରାରେ ଖଲିଆପାଲି ଠାରୁ ତାଙ୍କ ନିଜଗାଁ ଧାମନପୁରକୁ ପ୍ରାୟ ସାତ କିମି ଆଣିଥିଲେ ସ୍ଥାନୀୟ ଲୋକେ। କେବଳ ଯେ ସେ ଚାକିରୀ କରୁଥିବା ଯାଗାରେ ଏହି କାମ କରୁଥିଲେ ତାହା ନୂହେଁ ନିଜଗାଁ ଧାମନପୁରରେ ନିଜର ସଂପତ୍ତିରୁ ୩ ଏକର ଜମି ଦେଇ ଏକ ହାଇସ୍କୁଲ ସ୍ଥାପନା କରିଥିଲେ। ନିଜେ ସ୍କୁଲର ସଂପାଦକ ରହି ସ୍କୁଲର ବିକାଶ କରିଥିଲେ। ନିଜେ ଏମ.ଇ ସ୍କୁଲ ପ୍ରତିଷ୍ଠା କରି ସେଥିରେ ତାଙ୍କର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଆଜି ଏହି ସବୁ ସ୍କୁଲ ସରକାରୀ ମାନ୍ୟତା ପାଇଛି ହେଲେ ତାଙ୍କ ଅବସର ଜୀବନ ଏହି ଆଦିବାସୀ ଅଧ୍ୟୁସିତ ଗୋଲାମୁଣ୍ଡା ବ୍ଲକରେ ଶିକ୍ଷାର ବିକାଶ ପାଇଁ ଉତ୍ସର୍ଗ କରିବା ସହ ସରକାରୀ ସ୍କୁଲରେ ସଂପୂର୍ଣ ଶୈଖିକ ବାତାବରଣ ସୃଷ୍ଟି କରିବା ପ୍ରୟାସ ଜାରିରଖିବେ ବୋଲି କହିଛନ୍ତି ଅଭିରାମ। କେବଳ ଚାକିରୀ ପେଟପାଟଣା ପାଇଁ ନୁହଁ ବରଂ କିଛି ସମାଜ ଗଠନ କ୍ଷେତ୍ରରେ ନିଜକୁ ଉତ୍ସର୍ଗୀକୃତ କଲେ ସମାଜରେ ଅବସର ପରେବି ନିଜର ସ୍ୱତନ୍ତ୍ର ପରିଚୟ କାୟମ୍ ରହେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.