ବରିଷ୍ଠ ଶିକ୍ଷକ ଆଶୁତୋଷ ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଶିକ୍ଷକତା ଏକ ମହତ ବୃତ୍ତି। ଏହା ଛାତ୍ରଛାତ୍ରୀଙ୍କ ଚରିତ୍ର ନିର୍ମାଣ ସଙ୍ଗେ ସଙ୍ଗେ ସଂଗେ ଦେଶର ପ୍ରଗତିରେ ସହାୟକ ହୋଇଥାଏ। ତେବେ ଶିକ୍ଷକ ଆଶୁତୋଷ ମିଶ୍ର ଏହି ଦିଗରେ ନିଜର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିବା ସହ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ସମାଜର ଖୁବ ନିକଟତର ଥିଲେ ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳାହାଣ୍ଡି ଡିଇଓ ସୁଶାନ୍ତ କୁମାର ଚୋପଦାର ମତପ୍ରକାଶ କରିଛନ୍ତି। ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ ପରିସରରେ ବରିଷ୍ଠ ଶିକ୍ଷକ ଆଶୁତୋଷ ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ ଚୋପଦାର, ମୁଖ୍ୟ ବକ୍ତା ଏଡିଇଓ ଟେମଲାଲ ଦୁବେ, ଭବାନୀପାଟଣା ବିଇଓ ଠାକୁର ସାହୁ, ବରିଷ୍ଠ ଶିକ୍ଷକ ଭବାନୀ ମିଶ୍ର, ଏବିଇଓ ଜୟକୁମାର ମାଝୀ, ସିଆରସିସି ମିନତୀ କୁମାରୀ ପ୍ରଧାନ, ସ୍କୁଲ କମିଟି ଅଧ୍ୟକ୍ଷ ନରେନ୍ଦ୍ର ନାଏକ ପ୍ରମୁଖ ମଞ୍ଚାସିନ ଥିଲେ। ବିଏମ ହାଇସ୍କୁଲର ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସଭା ପରିଚାଳନା କରିଥିଲେ ଶିକ୍ଷକ ପ୍ରଦୀପ ନେଗୀ। ଧନ୍ୟବାଦ ଦେଇଥିଲେ ଶିକ୍ଷକ ନରେଶ ଦାଶ। ଏହି କାର୍ଯ୍ୟକ୍ରମରେ ବିଏମ ହାଇସ୍କୁଲର ଶିକ୍ଷକଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶିକ୍ଷକମାନେ ଶ୍ରୀ ମିଶ୍ରଙ୍କ ସହ ସାଉଁଟିଥିବା ଅନୁଭୂତିକୁ ବଖାଣିଥିଲେ। ଏଥିରେ ଡିଇଓ ଅଫିସର ଟଙ୍କଧର ସାହୁ, ଜିତେନ୍ଦ୍ର ମୁଣ୍ଡ, ସୁକାନ୍ତ ସାହୁ, ପ୍ରକାଶ ନିଶଙ୍କ, ବିଏମ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ଶିକ୍ଷକ ମଙ୍ଗୁଳୁ ପ୍ରଧାନ ଓ ମୁରଲୀ ଦୀପ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.