ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଳକ ଅନ୍ତର୍ଗତ ବଡ଼ ପୁଝାରୀଗୁଡା ଠାରୁ କୋକୋଡିକୁ ସଂଯୋଗ କରୁଥିବା ପୋଡାଖୋଲ ଠାକୁରାଣୀ ମନ୍ଦିର ନିକଟସ୍ଥ ବ୍ରିଜ ଆଜି ସକାଳୁ ଭୁଷୁଡି ଯିବାରୁ ବଡ ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି ଓମିନି ଗାଡି ଓ ଡ଼୍ରାଇଭର। ଆଜି ରବିବାର ମୁଖ୍ୟ ବଜାର ଥିବାରୁ କୋକୋଡିରୁ ପିପଲଗୁଡା ଯାଉଥିବା ବେଳେ ଏହି ବ୍ରିଜ ଉପରେ ଏକ ଓମିନି ଗାଡି ଅତିକ୍ରମ କରିବା କ୍ଷଣି ବ୍ରିଜ ଭୁଷୁଡି ଯାଇଥିଲା। ଏହି ରାସ୍ତାଟି ଗୋଟିଏ ପଟେ ଆମପାଣି-ନବରଙ୍ଗପୁରକୁ ସଂଯୋଗ କରୁଥିବା ବେଳେ ଅନ୍ୟ ପଟେ ଜୟପାଟଣା ବ୍ଳକକୁ ସଂଯୋଗ କରୁଛି। ଏହି ରାସ୍ତା ସ୍ଥାନୀୟ ଅଞ୍ଚଳ ଲୋକଙ୍କ ମୁଖ୍ୟ ରାସ୍ତା ପାଳଟି ଥିବାରୁ ଆଗାମୀ ଦିନରେ ବହୁତ ଅସୁବିଧାର ସମ୍ମୁଖୀନ ହେବା ଦେଖିବାକୁ ମିଳିବ। ତେଣୁ ଶିଘ୍ର ଏହାର ସମାଧାନ କରିବାକୁ ଦାବି ହୋଇଛି।